ସ୍ୱାଭିମାନୀ ବନାମ ବେଇମାନୀ ପ୍ରସଙ୍ଗରେ ବିଧାନସଭା ହୁଲସ୍ତୁଲ : ବୟାନ ବଦଳାଇ ମହେଶଙ୍କ ଦୁଃଖ ପ୍ରକାଶ

31

କନକ ବ୍ୟୁରୋ : ବିରୋଧୀଙ୍କ ହଟ୍ଟଗୋଳରେ ବିଧାନସଭା ଅଚଳ । ଅଟକି ରହିଛି ବଜେଟ ଆଲୋଚନା । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଜେଡି ବିଧାୟକଙ୍କ ‘ବେଇମାନ’ କହିବା ପ୍ରସଙ୍ଗରେ ତାତି ଉଠିଛି ବିଜେପି । ବିଧାୟକ ମହେଶ ସାହୁ ତାଙ୍କ ମନ୍ତବ୍ୟ ବଦଳାଇଥିଲେ ବି ଶାନ୍ତ ହୋଇନାହାଁନ୍ତି ବିଜେପି ସଦସ୍ୟ ।

ସେପଟେ ପ୍ରଧାନମନ୍ତ୍ରୀ ଦେଇଥିବା ଗରିବ ଓଡିଶା ମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ ବୋଲି ଦାବି କରିଛି କଂଗ୍ରେସ । ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆଜି ଗୋଟିଏ ମିନିଟ ବି ଚାଲିପାରିନି ବିଧାନସଭା ଗୃହ କାର୍ଯ୍ୟ ।