କଟକ ଚାରବାଟିଆରେ ଲାଗିଲା ନିଆଁ ! ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଅନୁଷ୍ଠାନର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

44

କନକ ବ୍ୟୁରୋ : ଚୌଦ୍ୱାର ଚାରବାଟିଆରେ ଥିବା ଆଭିଏସନ ରିସର୍ଚ୍ଚ ସେଂଟରରେ ନିଆଁ । ଏଆରସି ଏରୋଡ୍ରମ ଫିଲ୍ଟ ନିକଟରେ ଭୟାବହ ଅଗ୍ନୀକାଣ୍ଡ । ୪ ନମ୍ବର ଲ୍ୟାଣ୍ଡିଂ ନିକଟରେ ନିଆଁ ଲାଗିଯାଇଥିବା ସୂଚନା । ବାହାରକୁ ଦେଖାଯାଉଥିବା ଧୁଆଁରୁ ଅନୁମାନ କରିହେଉଛି ନିଆଁର ଭୟାବହତା ।

ନିଷିଦ୍ଧାଂଚଳ ହୋଇଥିବାରୁ ଅଧିକ ତଥ୍ୟ ମିଳିପାରୁନଥିଲେ ମଧ୍ୟ ନିଆଁକୁ ଆୟତ କରିବା ପାଇଁ ଚୌଦ୍ୱାର ଓ କଟକରୁ ୧୦ରୁ ଅଧିକ ଦମକଳ ପହଂଚିଥିବା ସୂଚନା ମିଳିଛି । ଗୋଳାବାରୁଦ, ଯୁଦ୍ଧ ବିମାନ ସହ ଅନ୍ୟାନ୍ୟ ବିମାନ ଉପକରଣ ରହୁଥିବାରୁ ଏହା ଅତ୍ୟନ୍ତ ସମ୍ବେଦନଶୀଳ । ଆକାଶମାର୍ଗରେ ଶତ୍ରୁ ରାଷ୍ଟ୍ରର ଗତିବିଧି ଉପରେ ନଜର ରଖିବା ପାଇଁ ଏହାରି ଭିତରେ କାମ କରୁଛି ବି ଗୁଇନ୍ଦା ବିଭାଗ ।

ପଡୋଶୀ ପାକିସ୍ତାନ ଓ ଚୀନର ବିମାନ ଗତିବିଧି ଉପରେ ସତର୍କ ଦୃଷ୍ଟି ରଖିବାକୁ ଏହିଠାରୁ ହୁଏ ଏରିଏଲ ସର୍ଭିଲାନ୍ସ । ଏସବୁ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ଚାରବାଟିଆ ଏୟାର ବେସ୍ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –