ଆମେରିକାରେ ଆଣ୍ଟାର୍କଟିକା ଠାରୁ ମଧ୍ୟ ଅଧିକ ଥଣ୍ଡା, ଆଖି ପିତୁଳାରେ ଜମି ଯାଉଛି ବରଫ । ଘରୁ କମ୍ ବାହାରିବାକୁ ଦିଆଗଲା ଚେତାବନୀ 

159

ଆମେରିକାର ମଧ୍ୟ-ପଶ୍ଚିମ କ୍ଷେତ୍ରରେ ଥଣ୍ଡା ପାଇଁ ଜୀବନ ଅସ୍ତବ୍ୟସ୍ତ ହୋଇଯାଉଛି । ଆଣ୍ଟାର୍କଟିକାରୁ ବି ଅଧିକ ଥଣ୍ଡା ଆମେରିକାରେ ହେଉଛି । ଥଣ୍ଡା କାରଣରୁ ୭ଜଣଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି । ଆମେରିକାର ଶିକାଗୋରେ ସକାଳ ସମୟରେ ତାପମାତ୍ରା ଶୂନ୍ୟରୁ ୩୦ ଡିଗ୍ରୀ ତଳକୁ ଖସିଯାଇଛି । ଶୀତ ଲହରୀ କାରଣରୁ ଜନଜୀବନ ଠପ୍ ହୋଇଯାଇଛି । ଆଣ୍ଟାର୍କଟିକାର କିଛି ଭାଗ ଠାରୁ ମଧ୍ୟ ଏଠାରେ ଅଧିକ ଥଣ୍ଡା ଅନୁଭୂତ ହେଉଛି । ଶିକାଗୋର ଦୁଇ ବଡ ବିମାନ ବନ୍ଦରରେ ୧୫୦୦ରୁ ବି ଅଧିକ ବିମାନ ଯାତ୍ରାକୁ ରଦ୍ଦ କରିବାକୁ ପଡିଛି । ରେଳ ସେବା ମଧ୍ୟ ବାଧାପ୍ରାପ୍ତ ହୋଇପଡିଛି । ଜାତୀୟ ପାଣିପାଗ ସେବାର କହିବାନୁସାରେ, ଏହି ପ୍ରକାରର ଥଣ୍ଡାରେ ୧୦ ମିନିଟ୍ ପର୍ଯ୍ୟନ୍ତ ବି ବାହାରେ ରହିବା ଘାତକ ହୋଇପାରେ ଏବଂ ଥଣ୍ଡା ପାଇଁ ଶରୀର ଅନୁଭୂତିଶୂନ୍ୟ ହୋଇଯିବାର ଆଶଙ୍କା ରହିଛି ।

ଆର୍କଟିକ୍ ବ୍ଲାଷ୍ଟ ପାଇଁ ଥଣ୍ଡା ପବନ ବହିବା କାରଣରୁ ଏହା ହୋଇଛି । ମରକ୍କୋ ତରଫରୁ ଗରମ ପବନ ଉତ୍ତର-ଧୁବରେ ଗରମ ବଢ଼ିଛି ଓ ଏହାଦ୍ୱାରା ସେଠି ବ୍ଲାଷ୍ଟ ହୋଇଛି । ସେଥିପାଇଁ ତାପମାତ୍ରା ବରଫରେ କରିଦେଉଥିବା ଥଣ୍ଡା ସ୍ତରରେ ପହଂଚିଯାଇଛି । ପ୍ରତିବର୍ଷ ଡିସେମ୍ବର ଓ ଜାନୁୟାରୀରେ ଭୟଙ୍କର ଥଣ୍ଡା ପଡେ, କିନ୍ତୁ ଏବର୍ଷର ଥଣ୍ଡାକୁ ଐତିହାସିକ କୁହାଯାଉଛି । ପାଣିପାଗ ଅଧିକାରୀ ଲୋକଙ୍କୁ ଚେତାବନୀ ଦେଇଛି କି, ବାହାରକୁ ଗଲେ ଗଭୀର ନିଶ୍ୱାସ-ପ୍ରଶ୍ୱାସ ନେବାରୁ ବଂଚନ୍ତୁ ଓ  କମ୍ କଥାବାର୍ତ୍ତା କରନ୍ତୁ । ଶିକାଗୋର ଟ୍ରେନ୍ ଗୁଡିକର ପରିଚାଳନା ଜାରି ରଖିବା ପାଇଁ ରେଳ ପଟରୀ ପାଖରେ ଗ୍ୟାସ ସାହାଯ୍ୟରେ ନିଆଁ ଲଗାଇ ଷ୍ଟିଲକୁ ଜାମ ହେବାକୁ ରୋକୁଛନ୍ତି । ଦେଖିବାକୁ ମିଳୁଛି କି, ଲୋକଙ୍କ ଆଖି ପିତୁଳାରେ ମଧ୍ୟ ବରଫ ଜମି ଯାଉଛି ।