ପ୍ରକଳ୍ପ ପଲିଟିକ୍ସ ! ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ଫିତା କାଟିବା ଆଗରୁ ବଳପୂର୍ବକ ଉଦଘାଟନ କଲା ବିଜେପି

19

କନକ ବ୍ୟୁରୋ: କଟକରେ ଉଦଘାଟନ ରାଜନୀତି । ଆଜି ମୁଖ୍ୟମନ୍ତ୍ରୀ ସହରାଂଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ ସେବା କେନ୍ଦ୍ରକୁ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ହେଲେ ଗତକାଲି ବିଜେପି ଯୁବ ମୋର୍ଚ୍ଚା କର୍ମୀ ବଳପୂର୍ବକ ପ୍ରକଳ୍ପର ଉଦଘାଟନ କରିଛନ୍ତି । ବିଜେଡି ବିରୋଧରେ ନାରାବାଜି କରି ଏକ ବାଇକ ରାଲିରେ ଆସିଥିଲେ ବିଜେପି ଯୁବ ମୋର୍ଚ୍ଚା କର୍ମୀ । ଉପସ୍ଥିତ ପୋଲିସ ସହ ବିଜେପି କର୍ମୀ ଧସ୍ତାଧସ୍ତି ହୋଇ ଜୋରଜବରଦସ୍ତ ପ୍ରକଳ୍ପର ଉଦଘାଟନ କରିଛନ୍ତି ।

କେନ୍ଦ୍ରୀୟ ଅନୁଦାନରେ ହେଉଥିବା କାର୍ଯ୍ୟକୁ ରାଜ୍ୟ ସରକାର ହଡପ କରି ବାହାବା ନେଉଥିବା ଅଭିଯୋଗ କରିଛନ୍ତି ବିଜେପି ଯୁବ ମୋର୍ଚ୍ଚା କର୍ମୀ । ଆଜିି ମୁଖ୍ୟମନ୍ତ୍ରୀଙ୍କୁ କଟକରେ କଳା ପତାକା ଦେଖାଇ ବିରୋଧ କରାଯିବ ବୋଲି କହିଛନ୍ତି ବିକ୍ଷୋଭକାରୀ । ଅନ୍ୟପଟେ ବିଜେପି ଯୁବ ମୋର୍ଚ୍ଚାର ଏପରି କାମକୁ ଗୁଣ୍ଡାଗିରି ଓ ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି କହିଛି ବିଜେଡି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଆଖିରେ ରଖି କଟକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।