ବରଗଡ ଧନୁଯାତ୍ରାରେ କୃଷ୍ଣ-ବଳରାମଙ୍କ ନିମନ୍ତ୍ରଣ ପାଇଁ କଂସର ଚିଟାଉ ପ୍ରସ୍ତୁତି ! ଗୋପପୁର ଯିବେ ଅକ୍ରୁର

74

କନକ ବ୍ୟୁରୋ : ଧନୁଯାତ୍ରାର ସପ୍ତମ ଦିନରେ ଧନୁଯାତ୍ରାକୁ କୃଷ୍ଣ-ବଳରାମକୁ ନିମନ୍ତ୍ରିତ କରିବା ପାଇଁ କଂସ ମହାରାଜ ପ୍ରସ୍ତୁତ କରିଛନ୍ତି ଚଟାଉ ପ୍ରସ୍ତୁତି । ଉଭୟଙ୍କୁ ଗୋପପୁରରୁ ମଥୁରାକୁ ଆଣିବା ଲାଗି ଅକ୍ରୁର ହିଁ ସର୍ବୋକୃଷ୍ଣ ବ୍ୟକ୍ତି ବୋଲି ଦେବଶ୍ରୀ ନାରଦ ମହାରାଜଙ୍କୁ ପରାମର୍ଶ ଦେଇଛନ୍ତି । ଏହା ପରେ ମହାରାଜ ଅକ୍ରୁରଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ଅନୁସାରେ ଅକ୍ରୁର କୃଷ୍ଣ-ବଳାରାମଙ୍କୁ ଆଣିବା ପାଇଁ ଗୋପପୁର ଯିବେ । ସେପଟେ ମହାରାଜ କଂସ ନଗର ପରିକ୍ରମା କରି ପାତ୍ରମନ୍ତ୍ରୀଙ୍କ ସହ ରଙ୍ଗମହଲରେ ପଂହଚିଥିଲେ । ସପ୍ତମ ରାତିରେ ଗୋପୀଙ୍କ ଦଧିବିକା ଓ ରାଧାକୃଷ୍ଣଙ୍କ ନାବକେଳି ଦୃଶ୍ୟ ପ୍ରଦର୍ଶନକୁ ଉପଭୋଗ କରିଥିଲେ ଦର୍ଶକ ।

ତେବେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ଷଷ୍ଠ ଦିବସରେ ରଂଗସଭା ଥିଲା ମୁଖ୍ୟ ଆକର୍ଷଣ। ନାଟ୍ୟାଭିନୟ କ୍ରମରେ ମହାରାଜଙ୍କ ଦରବାରରେ ରଂଗସଭା, କୃଷ୍ଣ-ବଳରାମଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚନା, ମଥୁରାରେ ଧନୁଯାତ୍ରା ଆୟୋଜନ ପାଇଁ ବିଚାର, ରାଜନର୍ତ୍ତକୀଙ୍କ ନୃତ୍ୟ ଉତ୍ସବ ସହ ଗୋପପୁରରେ ଗୋପୀଙ୍କ ଦଧିବିକା, ବସ୍ତ୍ରହରଣ ଓ ଯମୁନା ଆଳତି ଦୃଶ୍ୟ ଅଭିନୀତ ହୋଇଛି । ମହାରାଜ କଂସଙ୍କ ନିମନ୍ତ୍ରଣ ପାଇ ନିମନ୍ତ୍ରତ ରାଜାମାନେ ରଂଗସଭାରେ ନିଜ ପରାକ୍ରମ ପ୍ରଦର୍ଶନ କରି କୃଷ୍ଣ ବଧ ପାଇଁ ନିଜନିଜ ସୈନ୍ୟସାମନ୍ତଙ୍କ ସହିତ ଉପସ୍ଥିତ ରହିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେହିପରି ଗୋପପୁରେ ଜାରି ରହିଛି କୃଷ୍ଣଲୀଳା । ଗୁରୁବାର ଗୋପପୁରରେ ଗୋପୀଙ୍କ ଦଧିବିକା ସହ ଯାତ୍ରାର ମୁଖ୍ୟ ଆକର୍ଷଣ ବସ୍ତ୍ରହରଣ ଦୃଶ୍ୟ ଅଭିନୀତ ହୋଇଥିଲା ।