ଏସସି ଓ ଏସଟି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ କଟିବା ପ୍ରସଙ୍ଗ । କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । 

ପୂର୍ବଭଳି ୯୦ ପ୍ରତିଶତ ଅର୍ଥରାଶି ଦେବାକୁ ଚିଠି ଦ୍ୱାରା ଦାବି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

297

କନକ ବ୍ୟୁରୋ: ମାଟ୍ରିକ ପାସ୍ କରିଥିବା ଏସସି/ଏସଟି ଛାତ୍ରଛାତ୍ରୀଙ୍କ ସ୍କଲାରସିପ୍ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । କେନ୍ଦ୍ର ସମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାୱର ଚାନ୍ଦ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । ଏହି ସ୍କିମରେ ଅର୍ଥ କାଟ୍ କୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ନବୀନ ଚିଠି ଲେଖିଛନ୍ତି । ରାଜ୍ୟ ସରକାରଙ୍କୁ ଚଳିତ ଆର୍ଥିକ ବର୍ଷ ୮୦ ପ୍ରତିଶତ ଅର୍ଥ ଅଧିକ ଦେଇଛନ୍ତି । ପୂର୍ବରୁ କେନ୍ଦ୍ର ଏହି ବାବଦରେ ଦେଉଥିଲା ୯୦ ପ୍ରତିଶତ ଅର୍ଥ । ୨୦୧୭-୧୮ ପରଠାରୁ କେନ୍ଦ୍ର ସରକାର ନିୟମ ବଦଳାଇ ଦେଇଛନ୍ତି ।

ବର୍ତ୍ତମାନ ଆସୁଛି ମାତ୍ର ୨୦ ପ୍ରତିଶତ ଅର୍ଥ ବୋଲି ମୁଖ୍ୟମନ୍ତ୍ରୀ ଚିଠି ଦ୍ୱାରା ସ୍ପଷ୍ଟ କରିଛନ୍ତି । ସ୍କିମ୍ ବାବଦରେ ଅର୍ଥ ରାଶି ପ୍ରଦାନ ନେଇ ଗେହଲଟଙ୍କୁ ଚିଠି ଲେଖି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବଭଳି ୯୦ ପ୍ରତିଶତ ଅର୍ଥ ରାଶି ଦେବାକୁ ଗେହଲଟଙ୍କୁ ଚିଠି ଲେଖି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ତୁରନ୍ତ ଏହି ଦିଗରେ ବିଚାର ବିମର୍ଶ କରି ପୂର୍ବଭଳି ଅର୍ଥରାଶି ଦେବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଜରିଆରେ ଅବଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେପଟେ ଏସଏସଟି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବାବଦରେ ବିଧାନସଭା ପରିସରରେ ବିଜେଡ଼ି ପକ୍ଷରୁ ଧାରଣା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଏସସିଏସଟି ମାରଣ ନୀତିକୁ ବିରୋଧ କରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛି ବିଜେଡ଼ି । ଆଦିବାସୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ କେନ୍ଦ୍ର ସରକାର ପ୍ରତାରଣା କରୁଛନ୍ତି ବୋଲି ବିଜେଡ଼ି ଅଭିଯୋଗ ଆଣିଛି ।