ଆସ ଓଡିଶାରେ ନିବେଶ କର ଶିଳ୍ପପତିଙ୍କୁ ମୁମ୍ବାଇରେ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

49

କନକ ବ୍ୟୁରୋ: ଓଡିଶାରେ ପୁଞ୍ଜି ନିବେଶ ପାଇଁ ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ୟାମ୍ପେନ । ମେକ୍ ଇନ୍ ଓଡିଶା କନକ୍ଲେଭ ପୂର୍ବ ପ୍ରସ୍ତୁତି ନେଇ ଇନଭେଷ୍ଟର୍ସଙ୍କୁ ଆକୃଷ୍ଠ କରିବା ପାଇଁ ଆହ୍ୱାନ କଲେ ମୁଖ୍ୟମନ୍ତ୍ରୀ । ମେକ୍ ଇନ ଓଡିଶା ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମ ଜରିଆରେ ନିବେଶକରୀଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ବ୍ୟାପକ ସୁବିଧା ରହିଛି । ତେଣୁ ପୁଞ୍ଜି ନିବେଶ ପାଇଁ ନିବେଶକାରୀ ଆସନ୍ତୁ ଏବଂ ଓଡିଶରେ ନିବେଶ କରନ୍ତୁ । ଆସନ୍ତା ନଭେମ୍ବର ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁଥିବା ମେକ୍ ଇନ୍ ଓଡିଶା କନକ୍ଲେଭରେ ସମସ୍ତ ପୁଞ୍ଜିନିବେଶକାରୀଙ୍କୁ ଭେଟିବାକୁ ଆଶା ପ୍ରକାଶ କରିଛନ୍ତି ବୋଲି ନିଜ ଅଭିଭାଷଣରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମେକ୍ ଇନ୍ ଓଡିଶାର ଦ୍ୱିତୀୟ ସଂସ୍କରଣ ଆସନ୍ତା ନଭେମ୍ବର ମାସରେ ଅନୁଷ୍ଠିତ ହେବାକୁଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଏହି କ୍ୟାମ୍ପେନରେ ନିବେଶକାରୀଙ୍କୁ ଆକୃଷ୍ଠ କରିବା ପାଇଁ ପ୍ରୟାସ । ଯେଉଁଥିପାଇଁ ୨ ଦିନିଆ ମୁମ୍ବାଇ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୬ରେ ମଧ୍ୟ ରୋଡ ଶୋ’ କାର୍ଯ୍ୟକ୍ରମ ସଫଳତା ଆଣିଥିଲା । ବର୍ତ୍ତମାନ ସୁଦ୍ଧା ୨୫୦ଟି ଷ୍ଟାର୍ଟଅପ ପଞ୍ଜିକୃତ ହୋଇଛି । ଓଡିଶରେ ପୁଞ୍ଜି ନିବେଶ ପାଇଁ ଅନୁକୂଳ ପାରିବେଶ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କେବଳ ଏତିକି ନୁହେଁ ଓଡିଶା ଆସି ଶିଳ୍ପାୟନ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ନିବେଶକାରୀଙ୍କୁ ଆମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ୨୦୧୬ ମସିହାରେ ଆରମ୍ଭ ହୋଇଥବା ସ୍ୱତନ୍ତ୍ର ଷ୍ଟାର୍ଟଅପ ଓଡିଶା ପଲିସି ଉଲ୍ଲେଖନୀୟ ସଫଳତା ଆଣିଛି ବୋଲି କହିଛନ୍ତି ନବୀନ ।