ବୌଦ୍ଧବାସୀଙ୍କୁ ନବୀନଙ୍କ ନୂଆବର୍ଷ ଭେଟି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିର୍ମାଣ ସହ ୧୪୪ କୋଟି ଟଙ୍କାର ୨୭ଟି ପ୍ରକଳ୍ପ ଶୁଭାରମ୍ଭ

172

କନକ ବ୍ୟୁରୋ: ବୌଦ୍ଧବାସୀଙ୍କୁ ନୂଆବର୍ଷ ଭେଟି ଦେଲେ ରାଜ୍ୟ ସରକାର । ବଡ ଘୋଷଣା କରି ବୌଦ୍ଧବାସୀଙ୍କୁ ୧୧୪ କୋଟି ଟଙ୍କାର ନୂଆବର୍ଷ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅର୍ଥରେ ବୌଦ୍ଧ ଜିଲ୍ଲାର ୨୭ଟି ପ୍ରକଳ୍ପ ନିର୍ମାଣ ହେବ। ମୁଖ୍ୟମନ୍ତ୍ରୀ ଆଜି ଲୋକସେବା ଭବନରେ ଭିଡିଓ କନଫରେନସିଂ ଜରିଆରେ ବୌଦ୍ଧ ଜିଲ୍ଲା ମହୋତ୍ସବ ଉଦଘାଟନ କରିବା ଅବସରରେ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବୌଦ୍ଧ ମହୋତ୍ସବ ଜିଲ୍ଲା ତଥା ରାଜ୍ୟରେ କଳାର ପ୍ରସାରରେ ସଫଳ ହେବା ସହିତ କଳାକାରମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ।

ସହରର ପାନୀୟ ଜଳ ପ୍ରକଳ୍ପ ଶୁଭ ଉଦଘାଟନ ଏବଂ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିର୍ମାଣ ପାଇଁ ୬୦ କୋଟି ଟଙ୍କା ବିନିଯୋଗ କରାଯିବ। ଏହି କାମ ଠିକ୍ ସମୟରେ ଶେଷ ହେବା ସହିତ ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆରମ୍ଭ ହୋଇଥିବା ଅନ୍ୟାନ୍ୟ ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି- ସଡ଼କ ପ୍ରକଳ୍ପ, ସ୍ପୋର୍ଟସ କଂପ୍ଲେକ୍ସ, ଛାତ୍ରୀ ନିବାସ ଏବଂ ଆହୁରି ଅନେକ ପ୍ରକଳ୍ପ। ଏହି ସବୁ ପ୍ରକଳ୍ପଗୁଡ଼ିକ ବୌଦ୍ଧ ଜିଲ୍ଲାରେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।