ସଂକଟରେ ଫ୍ଲାଏଆସ୍ ଇଟା କାରଖାନା ! ପାଉଁଶ ଯୋଗାଇବା ବନ୍ଦ କରିଦେଲା ଜିନ୍ଦଲ, ଚିନ୍ତାରେ ଶ୍ରମିକ ଓ କାରଖାନା ମାଲିକ ।

310

କନକ ବ୍ୟୁରୋ: ଯାଜପୁର ଜିଲ୍ଲାରେ ଗଢିଉଠଥିôବା ଫ୍ଲାଏଆସ୍ ଇଟା ଶିଳ୍ପ ଏବେ ସଂକଟରେ । ପାଉଁଶ ଅଭାବରୁ ବନ୍ଦ ହେବାକୁ ବସିଛି ସମସ୍ତ ଫ୍ଲାଏଆସ୍ ଇଟା କାରଖାନା । ଫଳରେ ଜୀବିକା ହରାଇବା ଚିନ୍ତାରେ ଶ୍ରମିକ ଓ କାରଖାନା ମାଲିକ । ଫ୍ଲାଇଆସ ଇଟା ତିଆରି ପାଇଁ ଯେଉଁ କଂଚା ମାଲ ଆବଶ୍ୟକ ହୁଏ, ସେଥିମଧ୍ୟରୁ ପାଉଁଶ ହେଉଛି ମୁଖ୍ୟ । ଯାହା କଳିଙ୍ଗନଗର ସ୍ଥିତ ଜିନ୍ଦଲ୍ ଷ୍ଟେନଲେସ୍ କାରଖାନାରୁ ମିଳିଥାଏ । ହେଲେ ଜିନ୍ଦଲ କାରଖାନା ଏବେ ତାର ପାଉଁଶ ଦେବା ବନ୍ଦ କରିଦେଇଛି । ଯାହାର ସିଧାସଳଖ ପ୍ରଭାବ ଫ୍ଲାଏଆସ ଇଟା କାରଖାନା ଉପରେ ପଡିଛି । ତେଣୁ ଏହାକୁ ନେଇ ଆନ୍ଦୋଳନକୁ ଓହ୍ଳାଇବାକୁ ପ୍ରସ୍ତୁତ ହେଉଛି ଯାଜପୁର ଫ୍ଲାଏଆସ୍ ବ୍ରିକସ୍ ମାଲିକ ସଂଘ ।

ଯାଜପୁର ଜିଲ୍ଲାରେ ଅଛି ୭୦ରୁ ଅଧିକ ଫ୍ଲାଏଆସ ଇଟା କାରଖାନା । ହେଲେ ପାଉଁଶ ଅଭାବରୁ ଏସବୁ କାରଖାନା ଏବେ ବନ୍ଦ ହେବାକୁ ବସିଛି । ବେକାରୀ ଦୂରିକରଣ ଓ ସ୍ୱାବଲମ୍ବୀ ହେବା ପାଇଁ ରାଜ୍ୟ ସରକାର ଡି.ଆଇ.ସି ବା ଜିଲ୍ଲା ଶିଳ୍ପ କେନ୍ଦ୍ର ଜରିଆରେ ଯୁବ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିଥିଲେ । ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ଋଣ ଯୋଗାଇ ଦିଆଯିବା ସହ ଏହି ଫ୍ଲାଏଆସ ଇଟ୍ଟା କରୁଥିବା ବ୍ୟକ୍ତିଙ୍କୁ କଂଚାମାଲ୍ ଯୋଗାଇ ଦିଆଯିବାକୁ ନିର୍ଦଶନାମା ଜାରି କରଥିଲେ । କଳିଙ୍ଗନଗର ସି୍ଥତ ଜନ୍ଦିଲ ଷ୍ଟେନଲେସ କାରଖାନା ତାର ବର୍ଜ୍ୟବସ୍ତୁ ଭାବେ ବାହାରୁଥିବା ପାଉଁଶକୁ ଜିଲ୍ଲାର ସମସ୍ତ ଫ୍ଲାଏଆସ ଇଟା କାରଖାନାକୁ ଯୋଗାଇ ଆସୁଥିଲା । ହେଲେ ଏହେ ତାହା ବନ୍ଦ କରି ଦେଇଛି ସମ୍ପାନୀ କର୍ତୃପକ୍ଷ ।

ଫ୍ଲାଏଆସ୍ ଇଟା କାରଖାନ ବନ୍ଦ ହେଲେ ରୋଜଗାର ହରାଇବେ ଶହ ଶହ ଶ୍ରମିକ ଓ ଇଟ୍ଟା କାରଖାନା ମାଲିକ । ଗୋଟିଏ ଫ୍ଲାଏଆସ୍ ଇଟା କାରଖାନା ବସାଇବାକୁ ସର୍ବନମି୍ନ ୩୦ ଲକ୍ଷ ଟଙ୍କା ପୁଞ୍ଜି ନିବେଶ କରିବାକୁ ପଡିଥାଏ । ଆଉ ଏବେ ଏହା ବନ୍ଦ ହୋଇଗଲେ ବ୍ୟବସାୟୀ ବ୍ୟାଙ୍କ ଋଣ ସଝୁିବା ମଧ୍ୟ ତାଙ୍କ ପକ୍ଷେ ଅସମ୍ଭବ ହୋଇପଡିବ । ତେଣୁ ଜିନ୍ଦଲ କାରଖାନାର ଏଭଳି ମୁନାଫାଖୋର ମନୋଭାବକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଯାଜପୁର ଫ୍ଲାଏଆସ୍ ବ୍ରିକସ ମାଲିକ ସଂଘ । ସେପଟେ ଆଂଚଳିକ ପ୍ରଦୂଷଣ ନୟିନ୍ତ୍ରଣ ବୋର୍ଡକୁ ତଦନ୍ତ କରି ରିପୋର୍ଟ ଦେବାକୁ କହିଛନ୍ତି ଜିଲ୍ଲାପାଳ । ଯାଜପୁର ଜିଲ୍ଲାରେ ଥିବା ୭୨ଟି ଫ୍ଲାଏଆସ୍ ଟଇା କାରଖାନା ବନ୍ଦ ହେଲେ ଜୀବିକା ହରାଇବେ ୨୨ ଶହରୁ ଉର୍ଦ୍ଧ ଶ୍ରମିକ । ତେଣୁ ସରକାର ଯଥାଶିଘ୍ର ଏଥିପ୍ରôତିଦୃଷ୍ଟି ଦେବା ଦାବି ହୋଇଛି ।