ଆଉ ୨ ଦିନ ପରେ ଏସିଆନ ଦୌଡ଼କୁଦ : ନବନିର୍ମିତ ଟ୍ରାକ୍ ସହ ଅଭ୍ୟାସ ପଡିଆର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

26

କନକ ବ୍ୟୁରୋ: କଳିଙ୍ଗ ଷ୍ଟାଡିୟମର ନବନିର୍ମିତ ଟ୍ରାକ୍ ସହ ଅଭ୍ୟାସ ପଡିଆକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଲାଗିଥିବା ଚାରିଟି ଫଳକର ଅନାବରଣ ମଧ୍ୟ କରିଛନ୍ତିି ନବୀନ । ସିନ୍ଥେଟିକ୍ ଏସୀୟ ଦୌଡ଼କୁଦ ଅବସରରେ ଖେଳାଳୀଙ୍କୁ ଦିଆଯିବାକୁ ଥିବା ପଦକର ଉନ୍ମୋଚନ ମଧ୍ୟ ମୁଖ୍ୟମନ୍ତ୍ରୀ କରିଛନ୍ତି । ସେ ବି ବ୍ୟାଟେରୀ ଗାଡିରେ ଷ୍ଟାଡିୟମ ବୁଲିବାର ମଜା ନେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଫିତାକାଟି ନୂଆ ସିନ୍ଥେଟିକ୍ ଟ୍ରାକକୁ ଉଦଘାଟନ କରିଥିଲେ । ଏହି ପ୍ରତିଯୋଗୀତାରେ ସାମିଲ ଥିବା ଚାରି ଜଣ ଓଡିଆ ଖେଳାଳୀ ଶ୍ରାବଣୀ ନନ୍ଦ, ଦୂତୀ ଚାନ୍ଦ୍, ଅମିୟ ମଲ୍ଲିକ ଓ ଜଉନା ମୁର୍ମୁଙ୍କ ନବୀନ ସମ୍ବର୍ନ୍ଧିତ କରିଥିଲେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –