ସମ୍ବଲପୁର ପରେ ନୟାଗଡ : ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ସମାବେଶ

33

ନୟାଗଡ : ସମ୍ବଲପୁର ପରେ ନୟାଗଡରେ ଏକାଠି ହେଉଛନ୍ତି କ୍ଷତିଗ୍ରସ୍ତ ଚିଟଫଣ୍ଡ ଜମାକାରୀ । କିଭଳି ଟଙ୍କା ଫେରିପାଇବେ ଏବଂ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବେ ସେନେଇ ଏହି ସମାବେଶରେ ରଣନୀତି ପ୍ରସ୍ତୁତ ହେବ । ଆଗାମୀ ଦିନରେ ପଂଚାୟତସ୍ତରରେ ଆନ୍ଦୋଳନ କରାଯିବ ବୋଲି ମିଳିତ କ୍ଷତିଗ୍ରସ୍ତ ଜମାକାରୀ ସଂଘ କହିଛି । ପୂର୍ବରୁ ୭ ତାରିଖରେ ସମ୍ବଲପୁରଠାରେ ଏଭଳି ଏକ ସମାବେଶ ହୋଇଯାଇଛି । ଏଥିରେ ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାର କ୍ଷତିଗ୍ରସ୍ତ ଜମାକାରୀ ଯୋଗଦେଇଥିଲେ । ପରବର୍ତୀ ସମାବେଶ ବାଲେଶ୍ୱରଠାରେ  ଆସନ୍ତା ୧୭ ତାରିଖରେ ଆୟୋଜିତ ହେବ ବୋଲି ଜଣାପଡିଛି ।