ଆଜି ସାରା ରାଜ୍ୟରେ କଂଗ୍ରେସ ପାଳନ କରୁଛି ଧିକ୍କାର ଦିବସ

9

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜି ସାରା ରାଜ୍ୟରେ କଂଗ୍ରେସ ପାଳନ କରୁଛି ଧିକ୍କାର ଦିବସ । କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡି ସରକାର ଓଡିଶାର ଲୋକଙ୍କୁ ପ୍ରତାରଣା କରିଚାଲିଛନ୍ତି ,ତେଣୁ ସେମାନଙ୍କ ବିରୋଧରେ କଂଗ୍ରେସ ତାର ଲଢେଇ ଜାରି ରଖିବ ବୋଲି ପିସିସି ସଭାପତି କହିଛନ୍ତି । ଏହି ଧିକ୍କାର ଦିବସ ପାଇଁ କଂଗ୍ରେସ ପକ୍ଷରୁ ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ବିକ୍ଷୋଭ କରାଯିବ । ଏନେଇ କଂଗ୍ରେସ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।