ସମ୍ପୁର୍ଣ୍ଣ ବିଶ୍ୱରେ ମାଗଣା ୱାଇଫାଇ ଯୋଗାଇଦେବ ଏହି ସାଟେଲାଇଟ୍ ! ଦୁର୍ଗମ ଅଞ୍ଚଳର ଲୋକ ବି ଉଠାଇପାରିବେ ଲାଭ ।

105

ଚୀନର ଏକ ଟେକନିକ୍ କମ୍ପାନୀ ଘୋଷଣା କରିଛି କି, ୨୦୨୬ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଦୁନିଆକୁ ମାଗଣା ୱାଇଫାଇ ପ୍ରଦାନ କରିବ । ତେବେ ଏଥିପାଇଁ ପ୍ରସ୍ତୁତି ଆଗାମୀ ବର୍ଷ ଠାରୁ ଆରମ୍ଭ ହେବାକୁ ଯାଉଛି । ସାଟେଲାଇଟ୍ ମାଧ୍ୟମରେ ଉପଗ୍ରହରୁ ଏହାକୁ ଲଞ୍ଚ୍ କରାଯିବ । ଚୀନର ଏକ କମ୍ପାନୀ ଲିଙ୍କସ୍ୟୋର ଅନୁସାରେ ଆଗାମୀ ଆଠ ବର୍ଷ ମଧ୍ୟରେ ଅନ୍ତରୀକ୍ଷରେ ୨୭୨ ଟି ଉପଗ୍ରହ ଏଥିପାଇଁ କାମ କରିବ । ଯାହା ବିଶ୍ୱରେ ମାଗଣା ୱାଇଫାଇ ଯୋଗାଇଦେବା କଥା ସୁନିଶ୍ଚିତ କରିବ । ଏଭଳି ହେଲେ ବରଫାଞ୍ଚଳ ତଥା ପାହାଡୀ ଦୁର୍ଗମ ଅଚଂଳ ଯେଉଁଠି ଟେଲିକମ୍ କମ୍ପାନୀର ନେଟୱାର୍କ ନଥାଏ ସେଠାକାର ଲୋକ ମାଗଣା ୱାଇଫାଇ ସେବା ପାଇପାରିବେ ।  

ବିଶ୍ୱରେ ଏଭଳି ୪ ମିଲିୟନ୍ ଲୋକ ଅଛନ୍ତି ଯେଉଁମାନେ ନେଟୱାର୍କ ସୁବିଧା ପାଇପାରୁ ନାହାନ୍ତି ଏବଂ ଏମାନଙ୍କୁ ଇଣ୍ଟରନେଟ୍ ର ଉପଲବ୍ଧି ବିଷୟରେ ମଧ୍ୟ ଅଜ୍ଞାତ ଅଛନ୍ତି । ଏଭଳି ପରିସ୍ଥିତିରେ ଚୀନ୍ ତରଫରୁ ଖୁସି କରିଦେବା ଭଳି ଖବର ସମସ୍ତଙ୍କ ପାଇଁ ଯେ ଲାଭଦାୟକ ହେବ ଏଥିରେ କୌଣସି ସନ୍ଦେହ ନାହିଁ । ରିପୋର୍ଟ ଅନୁସାରେ ଆଗାମୀ ବର୍ଷ ଚୀନର ପଶ୍ଚିମରେ ସ୍ଥିତ ଜିୟୁକାନ୍ ସାଟେଲାଇଟ୍ ଲଞ୍ଚ୍ ସେଣ୍ଟରରେ ପ୍ରଥମ ଉପଗ୍ରହ ଲଞ୍ଚ୍ କରାଯିବ । ଦୁଇବର୍ଷ ମଧ୍ୟରେ ୧୦ ଟି ଉପଗ୍ରହ ହେବାକୁ ଟାର୍ଗେଟ୍ କରାଯାଇଛି । ଯେଭଳି ୨୦୨୬ ମଧ୍ୟରେ ୨୭୨ ଟି ହୋଇପାରିବ । ଯାହାଦ୍ୱାରା ସମ୍ପୁର୍ଣ୍ଣ ବିଶ୍ୱରେ ଲୋକଙ୍କୁ ମାଗଣାରେ ୱାଇଫାଇ ସେବା ପ୍ରଦାନ କରାଯିବ । ଏହି କମ୍ପାନୀ ସଂଘାଇରେ ୨୦୧୩ ମସିହାରେ ଆରମ୍ଭ ହୋଇଥିଲା ।