ଭାରତରେ ନିଯୁକ୍ତି ସୃଷ୍ଟି କରିବାରେ ଆମେ ଭାରତ ସରକାରଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ : ଚୀନ

ଭାରତରେ ରୋଜଗାର ବଢାଇବା ପାଇଁ ଚୀନ ସାହାର୍ଯ୍ୟ କରିବ

212

କନକ ବ୍ୟୁରୋ : ଭାରତରେ ରୋଜଗାର ବଢାଇବା ପାଇଁ ଚୀନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାହାର୍ଯ୍ୟ କରିବ ବୋଲି ସୂଚନା ମିଳିଛି । ଚୀନର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସରୁ କହିଛି ଯେ, ମୋଦି ସରକାର ଉପରେ ଚୀନ ନିୟନ୍ତ୍ରଣ ରଖିବା ପାଇଁ ଚାହୁଁଛି । କାରଣ ମୋଦି ସରକାର ଯେପରି ଭାବରେ ଦେଶରେ ବିକାଷ କରୁଛନ୍ତି ତାହା ଚୀନ ପାଇଁ ଶୁଭଙ୍କର ନଥିବା ସୂଚନା ମିଳିଛି । ଏହାସହ ଆହୁରି ମଧ୍ୟ କୁହାଯାଇଛି ଯେ, ଡୋକଲାମରେ ଦୁଇ ସେନାର ଯବାନମାନେ ସାମ୍ମାସାମନିର ଏକ ବର୍ଷ ପରେ ୨ ଦେଶ ମଧ୍ୟରେ ଥବା ସମ୍ପର୍କରେ ସୁଧାର ଆସିଛି ।

ଭାରତର କେନ୍ଦ୍ରରେ ଶାସନ କରୁଥିବା ସରକାର କମଜୋର ରହିଛି । ତାହାସହ ଭାରତରେ ମଧ୍ୟ ଜନସଂଖ୍ୟା ଦୃତ ଗତିରେ ବଢିବାରେ ଲାଗିଛି । ତେଣୁ ମୋଦି ସରକାର ଚାହିଁବେ ଦେଶରେ ତାଙ୍କ ଛବି ଉତ୍ତମ ରହୁ ଏବଂ ଦେଶରେ ବିକାଶ ହେଉ । ତେଣୁ ଚୀନସହ ଭାରତ ଉତ୍ତମମ୍ପର୍କ ରହିବା ଦରକାର ବୋଲି କୁହାଯାଉଛି । କେବଳ ଏତିକି ନୁହେଁ ବରଂ ୨ ଦେଶ ମଧ୍ୟରେ ଆର୍ଥିକ ଓ ଦି୍ୱପାକ୍ଷିକ ସମ୍ପର୍କ ମଜବୁତ ହେବା ଦରକାର ।

ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ମୋଦି ଚୀନକୁ ଭାରତୀୟ ବଜାରରେ ବିପୁଳ ମାତ୍ରାରେ ପ୍ରବେଶ କରାଇବେ ଯାହାଦ୍ୱାରା ନିଯୁକ୍ତି ବଢିବ ଆଉ ମୋଦିଙ୍କ ଛବି ମଧ୍ୟ ଲୋକଙ୍କ ପାଖରେ ଭଲ ରହିବ । ବର୍ତମାନ ଭାରତ ଧର୍ମ ସଙ୍କଟରେ ଫସିଛି । ତେଣୁ ଭାରତ ଚୀନ ସାହାଯ୍ୟ ନେବା ସହ ଦେଶକୁ ପ୍ରଗତିପଥରେ ଆଗେଇନେବ ବୋଲି ସୂଚନା ରହିଛି । କାରଣ ଆଗାମୀ ନିର୍ବାଚନ ପୂର୍ବରୁ ମୋଦି ସରକାର ନିଶ୍ଚିତ ଭାବରେ ଚାହିଁବେ କି ସରକାର କିପରି ଭାବରେ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି କରିବେ । କେବଳ ଏହାରି ମାଧ୍ୟମରେ ଭାରତରେ ନିଯୁକ୍ତି ବଢିପାରେ ବୋଲି ଚୀନ ଗଣମାଧ୍ୟମରେ କୁହାଯାଇଛି । ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଥିଲେ ଯେ, ଚୀନ ନିର୍ମାଣ କ୍ଷେତ୍ରରେ ବହୁ ଆଗୁଆ ରହିଛି ତେଣୁ ଲୋକମାନେ ସେଠାରେ ଅଧିକ ନିଯୁକ୍ତି ପାଉଛନ୍ତି ।

ତେଣୁ ଆମ ଦେଶରେ ମଧ୍ୟ ଏପରି କାମ ଆରମ୍ଭ ହେବା ଦରକାର ଯାହା ମାଧ୍ୟମରେ ରୋଜଗାର ବଢିବ । କାରଣ ବର୍ତମାନ ଯେପରି ଭାବରେ ବେକରୀ ସମସ୍ୟା ବଢିବାରେ ଲାଗିଛି ତାହାକୁ ନିଶ୍ଚିତ ଭାବରେ ପ୍ରତିହତ କରିବା ଦରକାର ବୋଲି । ତେବେ ଚୀନ ଗଣମାଧ୍ୟମରେ ଏପରି ଖବର ପ୍ରକାଶିତ ହେବା ପରେ କେନ୍ଦ୍ରର କୌଣସି ନେତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।