ସ୍କୁଲ୍ ନା’ରେ ଠକେଇ ! ବିନା କୌଣସି ନୋଟିସରେ ବନ୍ଦ୍ କରି ପିଲାଙ୍କ ଭବିଷ୍ୟତ ସହ ଖେଳ

33

କନକ ବ୍ୟୁରୋ : ନିଜ ପିଲାର ଭବିଷ୍ୟତ ପାଇଁ ଗଣିଛନ୍ତି ଶହ ଶହ ଟଂକା । ହେଲେ ବିନା କୌଣସି  ନୋଟିସରେ ବନ୍ଦ୍ ହୋଇଯାଇଛି ସ୍କୁଲ । ତେଣୁ ଚିନ୍ତାରେ ଏବେ ପିଲା ଏବଂ ଅଭିଭାବକ । ସେହିପରି ସ୍କୁଲ ଚାଲିଥିବା ଘରର ଭଡା ଟଂକା ମଧ୍ୟ ବାକି ପଡିଛି । ଚିଟଫଣ୍ଡ ଭଳି ଏହି ଠକ ସ୍କୁଲ କର୍ତୃପକ୍ଷମାନେ ମଧ୍ୟ ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳିଛନ୍ତି ବୋଲି ହେଉଛି ଅଭିଯୋଗ ।

କଟକ ଚଣ୍ଡିଛକ ନିକଟରେ ଥିବା ଟ୍ରି ହାଉସ ପ୍ଲେ’ ସ୍କୁଲରେ ବିରୋଧରେ ଆସିଛି ଏହି ଅଭିଯୋଗ । ଅଭିଭାବକ ମାନଙ୍କ ପାଖରେ ବି ରହିଛି ସ୍କୁଲ ଫି’ର ମନି ରିସିପ୍ଟ । ହେଲେ ଗତ ୪ ତାରିଖ ପରଠାରୁ ସ୍କୁଲ ଆଉ ଖୋଲୁନାହିଁ । ଟିଚରମାନେ କହୁଛନ୍ତି ଆମେ ଚାକିରି ଛାଡିଦେଇଛୁ, ସ୍କୁଲ ବନ୍ଦ୍ ହୋଇଯାଇଛି । ବିନା କୌଣସି ନୋଟିସରେ ଏଭଳି ସ୍କୁଲ ବନ୍ଦ୍ ହେବା ପିଲାଙ୍କ ଭବିଷ୍ୟତ ସହ ଖେଳିବା ସହ ଏକ ବଡ ଠାକାମି ବୋଲି ଅଭିଯୋଗ କରିଛନ୍ତି ଅବିଭାବକ ।

ଭାଇଚାରାର ସହରରେ କୁନି କୁନି ପିଲାଙ୍କୁ ଠକିଦେଇଛି ପାଠଶାଳା । କୋମଳମତି ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳିଛି ପ୍ଲେ’ ସ୍କୁଲ । ଦେବାଳିଆ ଦର୍ଶାଇ ଦେଶରେ ଥିବା ବହୁ ସେଂଟରକୁ ଅଚାନକ ବନ୍ଦ୍ କରିଦେଇଛନ୍ତି ଟ୍ରି ହାଉସ କର୍ତୃପକ୍ଷ । କଟକ ସିଡିଏ, ଚଣ୍ଡିଛକ ଏବଂ ମହାନଦୀ ବିହାର ଥିବା ସେଂଟର ଏବେ ବନ୍ଦ ହୋଇଯାଇଛି ।