ସୁସ୍ଥ ରହିବା ପାଇଁ ସଚେତନତା! ଜୁନ ୨୧ରେ ସମସ୍ତ ସିବିଏସଇ ସ୍କୁଲରେ ହେବ ଯୋଗ ପ୍ରଶିକ୍ଷଣ, ଏନେଇ ସିବିଏସଇ ପକ୍ଷରୁ ଜାରି ହେଲା ସୂଚନା 

64

କନକ ବ୍ୟୁରୋ : ଆସନ୍ତା ଜୁନ୍ ୨୧ ତାରିଖରେ ପାଳନ ହେବ ଆନ୍ତର୍ଜାତିକ ଯୋଗ ଦିବସ । ବ୍ୟାୟାମ କରିବା ସହ ଶରୀର ପ୍ରତି ଲୋକମାନେ କିଭଳି ସଚେତନ ରହିବେ ସେନେଇ ସବିଏସଇ ସ୍କୁଲ ମାନଙ୍କରେ ବଣ୍ଟାଯିବ ସଚେତନତା ବାର୍ତ୍ତା । ଏବଂ କେବଳ ସଚେତନତା ନୁହେଁ ବରଂ ଯୋଗ ପ୍ରଶିକ୍ଷଣର ଭିଡିଓ ମଧ୍ୟ ସିବିଏସଇ ମୁଖ୍ୟାଳୟକୁ ପଠାଇବା ପାଇଁ ନିର୍ଦ୍ଦେଶ । ଏହାକୁ ନେଇ ସବିଏସଇର କ୍ରୀଡା ବିଭାଗ ମୁଖ୍ୟ ଅଧିକାରୀ ମନଜୀତ ସିଂ ସୁଚନା ଦେଇଛନ୍ତି । କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ସହାୟତାରେ ଆସନ୍ତା ଜୁନ୍ ୨୧ ତାରିଖ ଦିନ ସିବିଏସଇ ଦ୍ୱାରା ପଂଜୀକୃତ ହୋଇଥିବା ସମସ୍ତ ସ୍କୁଲ ଏହି ନିର୍ଦ୍ଦେଶକୁ ପାଳନ କରିବେ ବୋଲି ସୁଚନା ରହିଛି ।

source : lifealth.com

ଅନେକ ସମୟରେ ଲୋକମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଡାକ୍ଟରମାନେ ମଧ୍ୟ ପ୍ରତିଦିନ ସକାଳୁ ବ୍ୟାୟାମ କରିବା ପାଇଁ ପରାମର୍ଶ ଦେଇଥାନ୍ତି । ହେଲେ ବର୍ତ୍ତମାନ ଟ୍ରେଣ୍ଡରେ ଲୋମାନେ ବ୍ୟସ୍ତବହୁଳ ଜୀବନ ଅତିବାହିତ କରୁଥିବା ଯୋଗୁଁ ଯୋଗ କରିବା ସମ୍ଭବ ହେଉ ନଥିବା ରିସର୍ଚ୍ଚରୁ ଜଣାପଡିଛି । କିନ୍ତୁ ଯୋଗ ଦିବସ ଆସିଲେ ଏହାକୁ ଦେଶ ଓ ବିଦେଶରେ ପାଳନ କରି ସୋସିଆଲ ମିଡିଆରେ ଭିଡିଓ, ଫଟୋକୁ ଅପଲୋଡ କରିଥାନ୍ତି ଅନେକ ଲୋକ । ତେବେ କେବଳ ଯୋଗ ଦିବସ କାହିଁକି, ପ୍ରତିଦିନ ଯୋଗକୁ ନିଜ କାର୍ଯ୍ୟ ତାଲିକାରେ ସାମିଲ କରି ସୁସ୍ଥ ରହିବା ପାଇଁ ବାର୍ତ୍ତା ଦେବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରୟାସ ।

yoga
photo courtesy -http://i.huffpost.com

ତେବେ ୟୁନାଟାଇଡ ନେସନ ୨୦୧୫ ଠାରୁ ଜୁନ୍ ୨୧କୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଗତ ୩ ବର୍ଷ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗ ଦିବସରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ବ୍ୟାୟାମ କରିବା ପାଇଁ ଉତ୍ସାହିତ କରିଥାନ୍ତି । ଗତ କିଛି ଦିନ ତଳେ ମଧ୍ୟ ମୋଦିଙ୍କ ଯୋଗ ଭିଡିଓ ଏବଂ ଫଟୋ ମଧ୍ୟ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ରହିଛି । ସେହିପରି କେନ୍ଦ୍ର କ୍ରୀଡାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କ ଫିଟନେସ ଚ୍ୟାଲେଞ୍ଜକୁ ମଧ୍ୟ ବେଶ ପ୍ରୋତ୍ସାହନ ମିଳିଥିବା ଦେଖିବାକୁ ମିଳିଛି । ଯୋଗ ଦ୍ୱାରା ଲୋକମାନେ ସୁସ୍ଥ ରହିବା ସହ ଶାରୀରିକ ଏବଂ ମାନସିକ ଭାବେ ମଧ୍ୟ ସୁସ୍ଥ ରହିବେ ବୋଲି ଅନେକ ସମୟରେ ସଚେତନତା କରାଯାଇଛି । କିନ୍ତୁ ସିବିଏସଇ ସ୍କୁଲ ମାନଙ୍କରେ ମଧ୍ୟ ପିଲାମାନେ ଚଳିତ ବର୍ଷ ଯୋଗ ଭିଡିଓ କରି ଦେଶବାସୀଙ୍କୁ ସଚେତନ କରାଇବେ ।