ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ଯାତ୍ରୀଙ୍କୁ ନେବାକୁ ପଡିବ ଖାଦ୍ୟ, ଯାତ୍ରୀଙ୍କ ଟିକେଟ୍ ଶୁଳ୍କରେ ଯୋଡାଯିବ କ୍ୟାଟରିଙ୍ଗ ଶୁଳ୍କ । ଖର୍ଚ୍ଚ କରିବାକୁ ପଡିବ ଏତେ ଟଙ୍କା

82

ନୂଆ ଦିଲ୍ଲୀରୁ ବାରାଣାସୀ ମଧ୍ୟରେ ଆରମ୍ଭ ହେବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଅର୍ଥାତ୍ ଟ୍ରେନ୍-୧୮ରେ ଯାତ୍ରୀଙ୍କ ପାଇଁ ଖାଇବା ଜିନିଷ ତାଙ୍କ ଟିକେଟର ଅଂଶ ହେବ । ଅର୍ଥାତ୍ ଏହାକୁ ବିକଳ୍ପ ଭାବେ ବାଛିବା କିମ୍ବା ହଟାଯାଇପାରିବ ନାହିଁ । ଯେମିତି କି ଶତାବ୍ଦୀ, ରାଜଧାନୀ ଓ ଦୁରନ୍ତ ଏକ୍ସପ୍ରେସରେ ହୁଏ । ଅଫିସିଆଲ ସୂତ୍ରରୁ ଏହା ଜଣାପଡିଛି । ଏହି ସେମି ହାଇସ୍ପିଡ୍ ଟ୍ରେନ୍ ଆହ୍ଲାବାଦରୁ ବାରାଣାସୀର ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଟିକେଟ୍ ବୁକ୍ କରିବା ସମୟରେ ଖାଦ୍ୟ ପଦାର୍ଥ ବାଛିବା କିମ୍ବା ନବାଛିବାର ସୁବିଧା ଦିଆଯିବ । ଏହି ଭୋଜନ ଭାରତୀୟ ରେଳବାଇ ଖାଦ୍ୟ ପାନୀୟ ଓ ପର୍ଯ୍ୟଟନ ନିଗମ ତରଫରୁ ଉପଲବ୍ଧ କରାଯିବ ।

 

ଏହି ଟ୍ରେନ୍ ନିଜର ପ୍ରଥମ ଯାତ୍ରା ଫେବୃୟାରୀ ୧୫ରୁ ଆରମ୍ଭ କରିବ । ସୂତ୍ର ଅନୁସାରେ, ଯଦି ଟିକେଟ୍ ବୁକ୍ କରାଇବା ସମୟରେ ଭୋଜନର ବିକଳ୍ପ ବାଛୁନାହାଁନ୍ତି, କିନ୍ତୁ ସେ ଯାତ୍ରା ସମୟରେ ଖାଦ୍ୟ ପଦାର୍ଥ ଖାଇବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଅତିରିକ୍ତ ୫୦ଟଙ୍କା ଦେବାକୁ ପଡିବ । ଆଇଆରସିଟିସି ବର୍ଷ ୨୦୧୭ରେ ରାଜଧାନୀ, ଶତାବ୍ଦୀ ଓ ଦୁରନ୍ତରେ ପେଣ୍ଟ୍ରି ସର୍ଭିସ ବିକଳ୍ପ କରିଦେଇଥିଲା । ଏହା ଯାତ୍ରୀଙ୍କ ଠାରୁ ଶୁଳ୍କ ବସୁଲ କରିବା ଓ ଗୁଣବତ୍ତା ଓ ମାତ୍ରାର ସମସ୍ୟାରେ ନିୟନ୍ତ୍ରଣ କରିବା ପାଇଁ କରାଯାଇଥିଲା । ଷ୍ଟେସନ ମଧ୍ୟରେ କ୍ୟାଟରିଙ୍ଗ ଶୁଳ୍କ ନିର୍ଦ୍ଧାରିତ କରିଦିଆଯାଇଛି । ଏବଂ ସମସ୍ତ ଯାତ୍ରୀଙ୍କ ଟିକେଟ୍ ଶୁଳ୍କରେ ଯୋଡାଯିବ । ବନ୍ଦେ ଭାରତ ଏକ୍ସପ୍ରେସର ଭଡା ପ୍ରିମିୟମ୍ ଟ୍ରେନ୍ ମୁକାବିଲାରେ ଅଧିକ ହେବ ।