ଏଣିକି ପାଣିରେ ଚାଲିବ କାର ! ସରିଲା ପ୍ରସ୍ତୁତି, ଖୁବ ଶୀଘ୍ର ବଜାରରେ ହେବ ଲଞ୍ଚ ।

69

ଏଣିକି ଆପଣ ପାଣିରେ ମଧ୍ୟ କାର ଚଲାଇପାରିବେ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଖୁବ ଶୀଘ୍ର ଆପଣଙ୍କ ପାଖକୁ ଆସିବ ପାଣିରେ ଚାଲୁଥିବା କାର । ପ୍ୟାରିସ ଉଦ୍ଭାବନ କରିଛି ଉଭୟ ଜଳ ଏବଂ ସ୍ଥଳରେ ଚାଲିବା ଭଳି କାର । ଏହା ଦୁନିଆର ପ୍ରଥମ କାର ଯାହାକି ସ୍ଥଳ ଏବଂ ଜଳରେ ଯାତ୍ରା କରିପାରିବ । ଏହାକୁ ଏପରି ଭାବରେ ଡିଜାଇନ କରାଯାଇଛି ଯାହା କି, ପାଣିରେ ଚାଲିଲା ବେଳେ କାର ଭିତରେ ପାଣି ପସିପାରିବ ନାହିଁ । ମୋଟା ମୋଟି ଭାବରେ କହିବାକୁ ଗଲେ ଏହି କାରଟି ସମ୍ପୂର୍ଣ୍ଣ ଭାବରେ ୱାଟର ପ୍ରୁଫ । କିଛି ଦିନ ପୂର୍ବରୁ ବୈଜ୍ଞାନିକ ମାନେ ଏହି କାରର ପରୀକ୍ଷା କରି ସଫଳତା ଲାଭ କରିଛନ୍ତି ।

ସୂଚନା ଅନୁଯାୟୀ, ଏହି କାରକୁ ମାର୍କେଟରେ ଲଞ୍ଚ କରିବା ପୂର୍ବରୁ ବୈଜ୍ଞନିକ ମାନେ କାରର ଏକ ପରୀକ୍ଷା କରିଥିଲେ । ଯେଉଁଥିରେ କାରଟିକୁ ପାଣିରେ ଚଲା ଯାଇଥିଲା । ଏବଂ କାରଟି ପାଣିରେ ବେଶ ଆରାମରେ ଚାଲିପାରିଥିଲା । ଏହା କେବଳ ସମ୍ଭବ ହୋଇଥିଲା କାରରେ ଲାଗିଥିବା ସି-ବବଲ ଜରିଆରେ । ସବୁଠୁ ବଡ କଥା ହେଉଛି ଏହି କାରର ନାମ ରଖାଯାଇଚି ସି-ବବଲ । ପାଣିରେ ଚାଲିବା ସଫଳ ହେବା ପରେ ଏବେ ଏହି କାର ମାର୍କେଟରେ ଲଞ୍ଚ ହେବା ପାଇଁ ସମ୍ପୂର୍ଣ୍ଣ ଭାବରେ ଉପଯୁକ୍ତ ।