ଶୋଇପାରୁନାହାଁନ୍ତି କି ? ସ୍ମାର୍ଟଫୋନ ଯୋଗୁଁ ବଢୁଛି ଅନିଦ୍ରା ସମସ୍ୟା : ସର୍ଭେ ରିପୋର୍ଟ

ଶୋଇବା ଶୈଳୀ, ନିଦ୍ରାରେ ବ୍ୟାଘାତ ଓ ଅନ୍ୟାନ୍ୟ ସମସ୍ୟା ବିଷୟରେ ଜାଣିବା ପାଇଁ ବିଭିନ୍ନ ସହରରେ ଏହି ସର୍ଭେ କରାଯାଇଥିଲା।

223

ଭାରତର ଅଗ୍ରଣୀ ମ୍ୟାଟ୍ରେସ୍ ବ୍ରାଣ୍ଡ୍, ସେଞ୍ଚୁରି ମ୍ୟାଟ୍ରେସେସ୍ ପକ୍ଷରୁ ଲୋକମାନଙ୍କ ଶୋଇବା ଶୈଳୀ ଉପରେ ଏକ ସର୍ଭେ କରାଯାଇଥିଲା । ଶୋଇବା ଶୈଳୀ, ନିଦ୍ରାରେ ବ୍ୟାଘାତ ଓ ଅନ୍ୟାନ୍ୟ ସମସ୍ୟା ବିଷୟରେ ଜାଣିବା ପାଇଁ ବିଭିନ୍ନ ସହରରେ ଏହି ସର୍ଭେ କରାଯାଇଥିଲା।

ଏହି ୧୦ ଟି ସହରରେ, ସର୍ଭେରୁ ଜଣାପଡ଼ିଥିଲା ଯେ ମୋଟାମୋଟି ଭାବେ ୫୩% ଲୋକ ଟିଭି, ଲାପଟପ୍, ଟାବଲେଟ୍ କିମ୍ବା ଫୋନରେ ସୋ’ ଦେଖିବା ଓ ଫେସବୁକ୍, ଟ୍ଵିଟର୍, ଇନଷ୍ଟାଗ୍ରାମ୍ ଇତ୍ୟାଦିରେ ସୋସିଆଲ ମିଡିଆ ଫିଡ୍ ବ୍ରାଉଜିଂ କରୁଥିବାରୁ ରାତିରେ ଅନିଦ୍ରା ରହୁଛନ୍ତି । କାମ କିମ୍ବା ଆର୍ଥିକ ସଂପର୍କିତ ସମସ୍ୟା ଯୋଗୁଁ ୧୮% ଲୋକ ରାତିରେ ଚେଇଁ ରହୁଛନ୍ତି । ୫୪% ଲୋକ କହିଛନ୍ତି ଯେ ସପ୍ତାହ ଦିବସ ଗୁଡ଼ିକରେ ସେମାନେ ରାତି ୧୦ଟାରୁ ୧୧ଟା ଭିତରେ ଶୋଇପଡ଼ୁଥିବା ବେଳେ ସପ୍ତାହନ୍ତ ରେ କେବଳ ୨୫% ଲୋକ ସେହି ସମୟ ଭିତରେ ଶୋଇପାରୁଛନ୍ତି। ସଂଖ୍ୟାଧିକ ଅର୍ଥାତ ୪୩% ଲୋକ ସକାଳ ୫-୬ଟା ଭିତରେ ସପ୍ତାହ ଦିବସ ଗୁଡ଼ିକରେ ଶେଜ ତ୍ୟାଗ କରୁଥିବାବେଳେ ସପ୍ତାହନ୍ତ ରେ ୩୧% ଲୋକ ସକାଳ ୭-୮ଟା ଭିତରେ ନିଦରୁ ଉଠୁଛନ୍ତି । ୬୮% ଲୋକ କହିଛନ୍ତି ଯେ ସେମାନେ ଶୋଇଥିବା ବେଳେ ଅତି କମରେ ୧-୨ ଥର ସେମାନଙ୍କ ନିଦ ଭାଙ୍ଗିଥାଏ। ଲମ୍ବା ଯାତ୍ରା ଅବଧି, କର୍ମ ଚାପ ଓ ରାତିରେ କମ୍ ଶୋଇବା ଯୋଗୁଁ ସପ୍ତାହ ଦିବସ ଗୁଡିକରେ ୧-୩ ଦିନ ଅତିକମ୍ରେ ୩୭% ଲୋକ ନିଦୁଆ ଅନୁଭବ କରୁଥିବା ବେଳେ ୧୦% ଲୋକ ସବୁ ଦିନ କାମକୁ ଯିବା ବେଳେ କିମ୍ବା କାମରୁ ଫେରିବା ବେଳେ ନିଦୁଆ ଅନୁଭବ କରିଥାନ୍ତି । ଏହି ସର୍ଭେ କରିବା ପାଇଁ ସେଂଚୁରି ମ୍ୟାଟ୍ରେସେସ୍ ପକ୍ଷରୁ ବିଶ୍ୱର ଏକ ଅଗ୍ରଣୀ ମାପ ଓ ଡାଟା ଆନାଲିଟିକ୍ସ କଂପାନି ନିଲସନକୁ ନିଯୁକ୍ତ କରାଯାଇଥିଲା ଯାହାର ନମୁନା ପରିମାଣ ଦେଶର ୧୦ଟି ସହରର ୧୫୨୪ ଜଣ ଲୋକ ଥିଲେ।