ପୁଲୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି: ଭୁବନେଶ୍ୱରର ଏକ ମସଜିଦରୁ ବାହାରିଥିଲା କ୍ୟାଣ୍ଡେଲ ରାଲି

71

କନକ ବ୍ୟୁରୋ: ପୁଲୱାମା ସହିଦଙ୍କୁ ଦିଆଯାଉଛି ଶ୍ରଦ୍ଧାଞ୍ଜଳି । ଭୁବନେଶ୍ୱରରେ ବି ସହିଦଙ୍କୁ ଦିଆଯାଉଛି ଶ୍ରଦ୍ଧାଞ୍ଜଳି । କାଲି ଭୁବନେଶ୍ୱରର ଏକ ମସଜିଦରୁ ବାହାରିଥିଲା ରାଲି । ଏଥିରେ ମୁସଲିମ୍ ସଂପ୍ରଦାୟର ଅନେକ ଲୋକ ସାମିଲ ହୋଇଥିଲେ । ପାକିସ୍ତାନକୁ ପାନେ ଦେବା ପାଇଁ ବି ଅନେକ ଦାବି କରିଥିଲେ । ପାକିସ୍ତାନର କାର୍ଯ୍ୟକଳାକୁ ନେଇ ଭାରତରେ ରହୁଥିବା ମୁସଲମାନକୁ ସନ୍ଦେହ ଦୃଷ୍ଟିରେ ଦେଖାଯାଏ । ସେମାନଙ୍କର ପାକିସ୍ତାନ ପ୍ରତି ଆନୁଗତ୍ୟ ରହିଛି ବୋଲି ସାଧାରଣରେ ଧାରଣା ରହିଛି ।

କିନ୍ତୁ ଗତକାଲି ଭୁବନେଶ୍ୱର ମସଜିଦରୁ ବାହାରିଥିବା ର‌୍ୟାଲି ଏହି ଧାରଣାକୁ ବଦଳାଇ ଦେଇଛି । ଭାରତରେ ରହୁଥିବା ମୁସଲମାନମାନେ ଦେଶ ସହିତ ଅଛନ୍ତି, ପାକିସ୍ତାନ ସହିତ ନାହାନ୍ତି, ଏହି ବାର୍ତା ଦେଉଛନ୍ତି ଓଡିଶାର ଏହି ମୁସଲମାନ ମାନେ । ଭାରତବର୍ଷର ଏକତା ଅଖଣ୍ଡତା ପ୍ରତି ସାଲିସ କରାଯିବ ନାହିଁ ବୋଲି ର‌୍ୟାଲିରେ ସାମିଲ ହୋଇଥିବା ବ୍ୟକ୍ତି କହିଥିଲେ ।