ଥରିଲା ଦିଲ୍ଲୀର ଏନସିଆର ଅଂଚଳ ! ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୦
କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀ ସମେତ ଏନସିଆର ଅଂଚଳରେ ଆଜି ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲର ଏହି ଭୂମିକମ୍ପର ତୀବ୍ରତା ଥିଲା ୪.୦ । ଦିଲ୍ଲୀ ସମେତ ଉତ୍ତର ପ୍ରଦେଶର ଅନେକ ଅଞ୍ଚଳରେ ଭୂମିକମ୍ପ ଝଟକା, ଅନୁଭବ କରିଛନ୍ତି ଲୋକେ । କୁହାଯାଉଛି ଏହି ଭୂମିକମ୍ପର କେନ୍ଦ୍ର ପଶ୍ଚିମ ଉତ୍ତରପ୍ରଦେଶର ବାଗପତ । ଭୂମିକମ୍ପ ଝଟକା ଯୋଗୁଁ କୌଣସି କ୍ଷୟକ୍ଷତିର ସୂଚନା ନାହିଁ । ଭୂମିକମ୍ପର ଏପିସେଣ୍ଟର ମାଟିର ୬ କିମି ତଳେ ବୋଲି ସୂଚନା ମିଳିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ଆଜି କେବଳ ଦିଲ୍ଲୀ ଏନସିଆର ନୁହେଁ ବରଂ ବିଶ୍ୱର ଅନେକ ସ୍ଥାନରେ ଭୂମିକମ୍ପର ଝଟକା ଅନୁଭବ ହୋଇଛି । ଆଜି ତାଜାକିସ୍ତାନ ଓ ଆମେରିକାର ଅନେକ ଅଂଚଳରେ ଭୂମିକମ୍ପର ଝଟକା ଅନୁଭବ କରିଛନ୍ତି ଲୋକେ । ଆମେରିକା ବ୍ଲୁଫଡ଼େଲରେ ରିକ୍ଟର ସ୍କେଲରେ ୩.୭ ତୀବ୍ରତାର ଭୂମିକମ୍ପ ଅନୁଭବ ହୋଇଛି ।