ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ୫୫ ହଜାର ହେକ୍ଟର ଜମିକୁ ଜଳ ସେଚନ ପାଇଁ ନୂଆ ଯୋଜନା

34

କନକ ବ୍ୟୁରୋ : ରାଜ୍ୟ କ୍ୟାବିନେଟରେ ଆଜି ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହା ଭିତରେ ରହିଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଉଛି, ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ନାଁରେ ଆରମ୍ଭ ହେବ ନୂଆ ଯୋଜନା । ଏହି ଯୋଜନାରେ ୫୫ ହଜାର ହେକ୍ଟର ଜମିରେ ଜଳ ସେଚନ କରାଯିବ । ଆଗାମୀ ୩ ବିର୍ଷରେ ଏହି କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏଥିପାଇଁ ଖର୍ଚ୍ଚ ହେବ ୬ଶହ ୩୫ କୋଟି ଟଙ୍କା । ଜଙ୍ଗଲୀ ଜନ୍ତୁ ଆକ୍ରମଣରେ ମୃତ୍ୟୁ ହେଲେ ମିଳିବ ଆର୍ଥିକ ସହାୟତା । ମୃତ୍ୟୁ ପାଇଁ ୪ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବେ ସରକାର ।

ସେହପରି ବନ୍ୟଜନ୍ତୁ ଆକ୍ରମଣରେ ମେଣ୍ଢା, ଛେଳି ପାଇଁ ୨ ହଜାର ଓ ଛୁଆ ପାଇଁ ୭ଶହ ୫୦ ଟଙ୍କା କ୍ଷତିପୂରଣ ଦିଆଯିବ । ପୂର୍ବରୁ ବିଲୁଆ ଓ ହେଟା ଆକ୍ରମଣରେ କ୍ଷତିପୂରଣ ମିଳୁନଥିବାବେଳେ ଏଣିକି ଏହି ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁହେଲେ ମଧ୍ୟ କ୍ଷତିପୂରଣ ଦିଆଯିବ । ୧୧ଟି ବିଶ୍ୱବିଦ୍ୟାଳୟ ଓ ୧୪୦ଟି ମହାବିଦ୍ୟାଳୟକୁ ମିଳିବ ୧ହଜାର ୭୧ କୋଟି ଟଙ୍କା । ଦୁଇଟି ପର୍ଯ୍ୟାୟରେ ଏହି ଟଙ୍କା ପ୍ରଦାନ କରାଯିବ । ଏହା ମୁଖ୍ୟତଃ ଶିକ୍ଷା ଓ ଶକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ଖର୍ଚ୍ଚ କରାଯିବ । ବ୍ରହ୍ମପୁର ମହୁଡାଠାରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ପ୍ରତିଷ୍ଠା ହେବ ।