ଜ୍ୟୋତିବିହାର ପରିସରରେ ଗାନ୍ଧି ମୂର୍ତି ଭଙ୍ଗା ଘଟଣା: ନଗର କଂଗ୍ରେସର ବାର ଘଂଟିଆ ବୁର୍ଲା ବନ୍ଦ

37

ଜ୍ୟୋତିବିହାର ପରିସରରେ ବାପୁଜୀଙ୍କ ପ୍ରତିମୂର୍ତି ଘଟଣାକୁ ନେଇ ସରଗରମ ହୋଇଛି ସମ୍ବଲପୁର ରାଜନୀତି । ଅନାବରଣର ଦିନକ ପରେ ବିଶ୍ୱବିଦ୍ୟାଳୟ ପରିସରରେ ଗାନ୍ଧିଜୀଙ୍କ ପ୍ରତିମୂର୍ତି ଭାଙ୍ଗି ପଡିଥିଲା । ଯାହାର ପ୍ରତିବାଦରେ ସେହି ଦିନ ଧାରଣା ଦେଇଥିଲା ନଗର କଂଗ୍ରେସ । ହେଲେ ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଫଳରେ ଆଜି ୧୨ ଘଂଟିଆ ବୁର୍ଲା ବନ୍ଦ ଡାକରା ଦେଇଛି ନଗର କଂଗ୍ରେସ କମିଟି । ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ କିଏ ଓ କାହିଁକି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତି ଭାଙ୍ଗିଲା । ଏହାର ଉଚିତ ଅନୁସନ୍ଧାନ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ । ସେପଟେ ଗାନ୍ଧି ମୂର୍ତି ଭଙ୍ଗାକୁ ନେଇ ଲାଗିରହିଛି ସସପେନ୍ସ । ଏନେଇ ଥାନାରେ ଅଭିଯୋଗ ପରେ ଅନୁସନ୍ଧାନ ଆରମ୍ଭ ହୋଇଛି ।