ନବରଙ୍ଗପୁରର ଚନ୍ଦାହାଣ୍ଡିରୁ ବିଜେପି ଆରମ୍ଭ କଲା ଜନକଲ୍ୟାଣ ଯାତ୍ରା

45

ପଂଚାୟତ ନିର୍ବାଚନ ଆଗରୁ ସମରସଜ୍ଜା । ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳଙ୍କ ରଣହୁଙ୍କାର । ରାଜ୍ୟ ସରକାରଙ୍କ ବିଫଳତା ଓ ଅପାରଗତାକୁ ଧରି ଲୋକଙ୍କ ନିକଟରେ ପହଂଚିବାକୁ ପ୍ରୟାସ କରିଛି ବିଜେପି । ରାଜ୍ୟ ବିଜଜେପିର ମଙ୍ଗ ଧରିବା ପରେ ଜନକଲ୍ୟାଣ ଯାତ୍ରା ମାଧ୍ୟମରେ କର୍ମୀଙ୍କୁ ଜାଗ୍ରତ କରିବାକୁ ସଭାପତି ବସନ୍ତ ପଣ୍ଡା ଆରମ୍ଭ କରିଛନ୍ତି  ପ୍ରୟାସ । ଆଜିଠାରୁ ନବରଙ୍ଗପୁରର ଚନ୍ଦାହାଣ୍ଡିରୁ ଆରମ୍ଭ ହୋଇଛି ବିଜେପିର ଏହି ମିଶନ । ଜନକଲ୍ୟାଣ ଯାତ୍ରାର ଶୁଭାରମ୍ଭ କରିଛନ୍ତି ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡା । ଏଥିରେ ଦଳର ବହୁ ନେତା ଓ କର୍ମୀ ସାମିଲ ହୋଇଛନ୍ତି । ୧୭ ଜିଲ୍ଲା ଦେଇ ୨୪ ତାରିଖରେ ଯାତ୍ରା ସରିବ କେନ୍ଦୁଝରରେ । କେନ୍ଦ୍ରରୁ ରାଜ୍ୟକୁ ମିଳୁଥିବା ପ୍ରଚୁର ଅର୍ଥ ଓ ରାଜ୍ୟରେ ସ୍ଥାଣୁତା ଏବଂ ଅପାରଗତାର ସରକାର ବିରୋଧରେ ଯୁଦ୍ଧଂଦେହୀ ଡାକରା ଦେଇଛି ବିଜେପି । ୨୦୧୭ ପ୍ରଥମାର୍ଦ୍ଦରେ ହେବାକୁ ଅଛି  ତ୍ରି-ସ୍ତରୀୟ ପଂଚାୟତ ନିର୍ବାଚନ । ତୃଣମୁଳ ସ୍ତରରେ କାହାର ସ୍ଥିତି କଣ, ତାର ଅସଲ ପରୀକ୍ଷା ସମୟର ଆର¸ ହୋଇଛି ।