ପୂର୍ବତଟ ରେଳବାଇକୁ ବଜେଟରେ ମିଳିଲା ୭,୦୧୦ କୋଟି ! ଜାଣନ୍ତୁ ଓଡିଶାରେ କେଉଁ ପ୍ରକଳ୍ପ ଭାଗରେ ପଡିଲା କେତେ ।

258

କନକ ବ୍ୟୁରୋ : ରେଳ ବଜେଟରେ ପୂର୍ବତଟ ରେଳବାଇକୁ ମିଳିଛି ଅନୁଦାନ । ପୂର୍ବତଟ ରେଳବାଇକୁ ମିଳିଛି ୭ ହଜାର ୧୦ କୋଟି ଟଙ୍କା । ରେଳ ବଜେଟରେ ଗତବର୍ଷ ଅପେକ୍ଷା ୧୩ ପ୍ରତିଶତ ଅଧିକ ଅର୍ଥ ମିଳିଛି । ନୂଆ ଲାଇନ୍ ପାଇଁ ବଜେଟରେ ୨ ହଜାର ୬୩୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହାକି ଗତ ବର୍ଷ ତୁଳନାରେ ୬୭ ପ୍ରତିଶତ ଅଧିକ ରହିଛି ।

ହରିଦାସପୁର-ପାରାଦୀପ ଲାଇନ୍ ପାଇଁ ସର୍ବାଧିକ ୪୦୦ କୋଟି ଟଙ୍କାର ବ୍ୟୟବଦାର ହୋଇଥିବା ବେଳେ ଖୋର୍ଦ୍ଧା-ବଲାଙ୍ଗିର ଲାଇନ୍ ପାଇଁ ୩୫୦ କୋଟି, ଅନୁଗୁଳ-ସୁକିନ୍ଦା ରୋଡ୍ ଲାଇନ୍ ପାଇଁ ୨୫୦ କୋଟି, ତେଳଚେର-ବିମଳାଗଡ ଲାଇନ୍ ପାଇଁ ୧୫୦ କୋଟି, ଜୟପୁର-ମାଲକାନାଗିରି ଲାଇନ୍ ପାଇଁ ୭୦ କୋଟି ଏବଂ ଜୟପୁର-ନବରଙ୍ଗପୁର ଲାଇନ୍ ପାଇଁ ୧୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ରେଳବାଇର ଦୋହରିକରଣ ପ୍ରକ୍ରିୟାରେ ସମ୍ବଲପୁର-ତାଳଚେର ଲାଇନ୍ ପାଇଁ ୨୪୯ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ ସମ୍ବଲପୁର-ଟିଟିଲାଗଡ ଲାଇନ୍ ପାଇଁ ୧୭୦ କୋଟି, ବିଜୟ ନଗରମ୍-ସମ୍ବଲପୁର ଲାଇନ୍ ପାଇଁ ୩୫୦ କୋଟି, ଜାରପଡା-ବୁଦ୍ଧାପଙ୍କ ଲାଇନ୍ ପାଇଁ ୧୨୦ କୋଟି, ବୁଦ୍ଧପଙ୍କ-ସାଲେଗାଁ ଲାଇନ୍ ପାଇଁ ୨୧୦ କୋଟି, କୋରାପୁଟ-ସିଙ୍ଗାପୁର ରୋଡ୍ ପାଇଁ ୨୦୫ କୋଟି, ରାଉରକେଲା-ଝାରସୁଗୁଡା ଲାଇନ୍ ପାଇଁ ୧୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।