ବୌଦ୍ଧ : ମହିଳା କନେଷ୍ଟବଳଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ କଲେ ସର୍ଜେଣ୍ଟ

69

କନକ ବ୍ୟୁରୋ : ମହିଳା କନେଷ୍ଟବଳଙ୍କ ଭାଇରାଲ ଭିଡିଓକୁ ନେଇ ବୌଦ୍ଧ ଜିଲ୍ଲାରେ ଚାଂଚଲ୍ୟ । ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ସଂପର୍କ ରଖିଥିଲେ ପୋଲିସ ଅଧିକାରୀ ଏବଂ ଶେଷରେ ମହିଳାଙ୍କ ଚରିତ୍ରକୁ ଆକ୍ଷେପ କରି ବିବାହ କରିବାକୁ ମନା କରିଦେଇଥିଲେ ଏହି ପୋଲିସ ସର୍ଜେଂଟ ଜଣକ । ଭାଇରାଲ ହେଉଥିବା ଅଶ୍ଳୀଳ ଭିଡିଓକୁ ବନ୍ଦ କରିବା ସହ ସଂପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଏସପିଙ୍କ ନିକଟରେ ଫେରାଦ ହୋଇଛି ଓଡିଶା ନାରୀ ସୁରକ୍ଷା ମଂଚ । ଅନ୍ୟପଟେ ଏହି ଘଟଣାରେ ସଂପୃକ୍ତ ପୋଲିସ ଅଧିକାରୀ ଜଣକ ଫେରାର ଥିବା ଏସପି କହିଛନ୍ତି । ତାଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ସୂଚା ଦେଇଛନ୍ତି ବୌଦ୍ଧ ଏସପି ।