ବଲିଉଡ଼ର କିଛି କଳାକାର ଯେଉଁମାନେ ବିବାହ ବିଚ୍ଛେଦ ପରେ କରିନାହାନ୍ତି ଦ୍ୱିତୀୟ ବିବାହ ! ଦେଖନ୍ତୁ ଏକ ତାଲିକା

56

ବିବାହକୁ ମାମଲାରେ ବଲିଉଡ଼ର ରେକର୍ଡ଼ କିଛି ଭଲ ନୁହେଁ । ଅତି ଅଳ୍ପ ପରିଚିତିରୁ ଏଠାରେ କଳାକାର ମାନେ ବିବାହ ବନ୍ଧନରେ ବାନ୍ଧି ହୋଇଯାଆନ୍ତି । ଆଉ ଟିକିଏ ଟିକିଏ କଥାରେ ହୋଇଯାଏ ବିବାହ ବିଚ୍ଛେଦ । ଅଳ୍ପ କିଛି ହାତଗଣତି କଳକାରଙ୍କ ବିବାହ ହିଁ ସଫଳ ହୋଇପାରିଛି । ବଲିଉଡ଼ରେ ଯେତେ ସୁବିଧାରେ କଳାକାର ବିବାହ କରନ୍ତି, ସେତିକି ସୁବିଧାରେ ବିବାହ ବିଚ୍ଛେଦ ହୋଇଯାଏ । କିନ୍ତୁ କିଛି କଳାକାଳ ଏପରି ଅଛନ୍ତି ଯେଉଁମାନେ ବିବାହ ବିଚ୍ଛେଦ ପରେ ଆଉ ବିବାହ କରିନାହାନ୍ତି । ଏମିତି କିଛି କଳାକାରଙ୍କ ବିଷୟରେ ଆଜି ଆଲୋଚନା କରିବା ।

ମନୀଷା କୋଇରାଲା- ବଲିଉଡ଼ର ଲୋକପ୍ରିୟ ନାୟିକା ମନୀଷ କୋଇରାଲା ୨୦୧୦ରେ ନେପାଳୀ ବ୍ୟବସାୟୀଙ୍କୁ ବିବାହ କରିଥିଲେ । ୨ ବର୍ଷ ପର୍ଯ୍ୟନ୍ତ ଭଲରେ କଟିଲା ବୈବାହିକ ଜୀବନ । କିନ୍ତୁ ୨୦୧୨ରେ ମାତ୍ର ୨ ବର୍ଷ ପରେ ଉଭୟଙ୍କର ବିବାହ ବିଚ୍ଛେଦ ଖବର ଆସିଲା, ଯାହା ବଲିଉଡ଼କୁ ସ୍ତବ୍ଧ କରିଦେଇଥିଲା । ୨୦୧୨ରେ ବିବାହ ବିଚ୍ଛେଦ ପରେ ମନୀଷା କୋଇରାଲା ଆଉ ବିବାହ କରିନାହାନ୍ତି ।

କଲକୀ କୋଚିନ୍- କଲକୀ ଓ ଅନୁରାଗ କଶ୍ୟପଙ୍କ ସମ୍ପର୍କ ଏକ ସମୟରେ ଖୁବ ଚର୍ଚ୍ଚାରେ ଥିଲା । ଆଉ ଉଭୟେ ବିବାହ କରିଥିଲେ । କିନ୍ତୁ ବିବାହର କିଛି ସମୟ ପରେ ଅନୁରାଗ କଶ୍ୟପଙ୍କର ଆଉ ଏକ ପ୍ରେମ ସମ୍ପର୍କ ବିଷୟରେ ଶୁଣିବା ପାଇଁ ମିଳିଲା । ଆଉ ତା’ପରେ ଉଭୟଙ୍କ ମଧ୍ୟରେ ହୋଇଥିଲା ବିବାହ ବିଚ୍ଛେଦ । ଆଉ ସେବେ ଠାରୁ କଲକୀ କୋଚିନ୍ ଏକା ଅଛନ୍ତି ।

ସଙ୍ଗୀତା ବିଜଲାନୀ- ବଲିଉଡ଼୍ ନାୟିକା ସଙ୍ଗୀତା ବିଜଲାନୀଙ୍କ ସହ ସଲମାନ ଖାନଙ୍କ ସମ୍ପର୍କ ବେଶ୍ କିଛି ଦିନ ଚର୍ଚ୍ଚାରେ ଥିଲା । କିନ୍ତୁ ଦବଙ୍ଗ ଖାନଙ୍କ ଠାରୁ ଅଲଗା ହେବା ପରେ ସଙ୍ଗୀତା ବିଜଲାନି, କ୍ରିକେଟର ମହମ୍ମଦ ଅଜହରୁଦୀନଙ୍କୁ ବିବାହ କରିଥିଲେ । ଏହି ବିବାହ ମଧ୍ୟ ଚାଲିଲା ନାହିଁ । ୨୦୧୦ରେ ଉୟୟେ ଅଲଗା ହୋଇଯାଇଥିଲେ । ଆଉ ସେବେଠାରୁ ଏକୁଟିଆ ଅଛନ୍ତି ସଙ୍ଗୀତା ।

ପୂଜା ଭଟ୍ଟ- ପୂଜା ଭଟ୍ଟ ମୁମ୍ବାଇର ଜଣେ ରେଷ୍ଟୋରାଂଟ ମାଲିକଙ୍କୁ ବିବାହ କରିଥିଲେ । କିନ୍ତୁ ୨୦୧୪ରେ ସେ ସ୍ୱାମୀଙ୍କ ଠାରୁ ଅଲଗା ହୋଇଗଲେ । ଆଉ ତା’ପରେ ସେ ଆଉ ବିବାହ କରିନାହାନ୍ତି ।

ଅମୃତା ସିଂ- ସୈଫ ଅଲ୍ଲୀ ଖାନ, ପ୍ରଥମ ପତ୍ନୀ ଅମୃତା ସିଂକୁ ୧୯୯୧ରେ ବିବାହ କରିଥିଲେ । ୧୩ ବର୍ଷ ପର୍ଯ୍ୟନ୍ତ ଏକାଠି ହେବା ପରେ ଉଭୟେ ଅଲଗା ହୋଇଗଲେ । ଆଉ ତା’ପରଠାରୁ ଅମୃତା ନିଜର ପରିବାର ସମ୍ଭାଳୁଛନ୍ତି ।

ହ୍ରିତିକ ରୋଶନ – ହ୍ରିତିକ ରୋଶନ୍ ଓ ସୁଜୈନ୍ ଖାନ୍ ଅଲଗା ହେବା ପରେ ମଧ୍ୟ ଆଉ ବିବାହ କରିନାହାନ୍ତି ହ୍ରିତିକ ରୋଶନ ।