ଦୀପ ତଳ ଅନ୍ଧାର ! ଲୋକଙ୍କୁ ମିଳୁନି ମୌଳିକ ସୁବିଧା, ଏବେ ବି ଶିକ୍ଷା, ସ୍ୱାସ୍ଥ୍ୟ ଅପହଞ୍ଚ

96

କନକ ବ୍ୟୁରୋ : ଏକବିଂଶ ଶତାବ୍ଦୀରେ ଆମ ପାଖରେ ସବୁ ପ୍ରକାର ସୁବିଧା ଉପଲବ୍ଧ । ସୁଇଚ୍ ଟିପଲେ ପାଣି ଆଉ ସୁଇଚ୍ ଟିପିଲେ ଏସି ପବନ ଖାଉଛନ୍ତି । ମାତ୍ର ଗୋଟିଏ  କ୍ଲିକରେ ହିଁ ଆମେ ଦେଶ ବିଦେଶର ସବୁ ଖବର ଜାଣିପାରୁଛୁ । କିନ୍ତୁ ଆଜି ବି ଆମ ଭାରତରେ ଗରିବଙ୍କ ସଂଖ୍ୟା କମିନି । କେନ୍ଦ୍ର ସରକାର  ଓ ରାଜ୍ୟ ସରକାର ଲୋକଙ୍କ ସୁବିଧା  ପାଇଁ ବିଭିନ୍ନ ଜନକଲ୍ୟାଣ ମୂଳକ ଯୋଜନା ପ୍ରଣୟନ କରୁଛନ୍ତି । କିନ୍ତୁ କିଛି ସୁଫଳ ମିଳୁନି । କାରଣ ଯୋଜନା ଫାଇଲ ଭିତରରେ ବନ୍ଧା ହୋଇ ରହିଯାଉଛି । ଲୋକଙ୍କ ପାଖରେ ପହଞ୍ଚିପାରୁନି  ସରକାରଙ୍କ ଯୋଜନା । ଏପରି କିଛି ଦେଖିବା ପାଇଁ ମିଳିଛି ବଲାଙ୍ଗୀର ସହରରୁ କିଛି ଦୂରରେ ଥିବା ଏକ ଗ୍ରାମବାସୀଙ୍କ ସହ । ଏବେ ବି ମୌଳିକ ସୁବିଧାରୁ ବଞ୍ଚିତ ହେଛନ୍ତି ଏହି ଗ୍ରାମବାସୀ ।

ବଲାଙ୍ଗୀରର ସହରରୁ ମାତ୍ର ୫ କିମି ଦୂରରେ ଅଛି କୁଦେଇପାଲି ଗାଁ  ।  ଏହି ଗାଁ ଲୋକେ ଆଜି ବି ସଡକ, ପାନୀୟ ଜଳ, ବିଜୁଳି, ସ୍ୱାସ୍ଥ୍ୟ ପରି ମୌଳିକ ସୁବିଧାଠାରୁ ବହୁ ଦୁରେର  । ସରକାର ଗାଁ ଗୁଡ଼ିକର ଉନ୍ନତି ପାଇଁ ମାଳ ମାଳ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।  କିନ୍ତୁ ବଲାଙ୍ଗୀର ସହର ଠାରୁ ମାତ୍ର କିିଛି କିଲୋମିଟର ଦୂରେର ଥିବା ଏହି ଗାଁକୁ ଦେଖିଲେ ଜଣାପଠୁଛି ସରକାରୀ ଯୋଜନାର ନଗ୍ନ ଚିତ୍ର ।  ଗାଁକୁ  ଭଲ ରାସ୍ତାଟିଏ ନାହିଁ  । କେବଳ ଯେ ରାସ୍ତା ନାହିଁ ତା’ନୁହେଁ  ଗାଁରେ ନାଁ ଅଛି ବିଜୁଳି ନାଁ ଅଛି ପାନୀୟ ଜଳ ସୁବିଧା  ।

ଛୋଟ ମୋଟ କାମ ପାଇଁ ମଧ୍ୟ  ଗାଁ ଲୋକଙ୍କୁ  ବାହାରକୁ ଯିବାକୁ ପଡ଼େ । ଆଉ ବର୍ଷା ଦିନ ହେଲ ଏହି ଗାଁର ଲୋକଙ୍କ କଥା କହିଲେ ନସରେ । କେବଳ ଯେ ଏହି ଗାଁରୁ ଲୋକ ଯିବା ପାଇଁ ଅସୁବିଧା ଭୋଗୁଛନ୍ତି ତା’ନୁହେଁ ବାହାରୁ ଆସୁଥିବା ଲୋକେ ମଧ୍ୟ ବହୁତ ଅସୁବିଧା ଭୋଗୁଛନ୍ତି ।  ସବୁଠାରୁ ଦୁଃଖର କଥା ହେଲା ଦେହ ଖରାପ ହେଲେ କିମ୍ବା ଗର୍ଭବତୀଙ୍କୁ ନେବାଆଣିବା ପାଇଁ  ଏହି ଗାଁକୁ ଆମ୍ବୁଲେନ୍ସ  ଆସିପାରେନି । ଏଥିପାଇଁ ଲୋକେ ଭାର ସାହାଯ୍ୟରେ ରୋଗୀଙ୍କୁ ଗାଁ ପାର କରାନ୍ତି ।

ସୂଚନାରୁ ଜଣାପଡ଼ିଛି ଏହି ଗାଁ ଉନ୍ନତି ପାଇଁ ଟଙ୍କା ଆସିଛି  ହେଲେ ଏଯାଏଁ କାମ ଆରମ୍ଭ ହୋଇପାରିନି  । ଏନେଇ ବିଡିଓଙ୍କୁ ପଚାରିବାରୁ ସେ କହିଲେ ତୁରନ୍ତ ଏହାର ପଦକ୍ଷେପ ନିଆଯିବ  । ସରକାର ବିଭିନ୍ନ ସମୟରେ ଲୋକ ହିତ ପାଇଁ ପ୍ୟାକଜ ଘୋଷଣା କରୁଛନ୍ତି ବା ସହାୟତା ଦେବାର ପ୍ରତିଶ୍ରୁତି ଦେଉଛନ୍ତି । ବଲାଙ୍ଗୀର ସହର ଠାରୁ ମାତ୍ର ୫ କିଲୋମିଟର ଦୂରରେ  ଥିବା ଏହି ଗାଁ ରେ ଏତେ ଅବ୍ୟବସ୍ଥାକୁ ଦେଖିଲେ ଜଣାପଡୁଛି ସରକାରଙ୍କ ଯୋଜନା ବିଷୟରେ । ତେବେ ଏଇଠି ପ୍ରଶ୍ନ ଉଠୁଛି ସହର ପାଖରେ ଥାଇ ଗାଁର ଅବସ୍ଥା ଯଦି ଏମିତି ତେବେ ଉପାନ୍ତ ଅଂଚଳର ଅବସ୍ଥା କଣ ଥିବ ?