ନେତା ଲଢ଼ିବେ ନିର୍ବାଚନ, ପିଲା ଦେବେ ପରୀକ୍ଷା! ବିଜେପୁର ଉପ-ନର୍ବାଚନ ପାଇଁ ମାଟ୍ରିକ୍ ପରୀକ୍ଷାର ସୂଚୀରେ ହେବନି କୌଣସି ପରିବର୍ତନ

60

କନକ ବ୍ୟୁରୋ : ଫେବୃଆରୀ ୨୩ରୁ ଆରମ୍ଭ ହେଉଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ବିଜେପୁର ଉପନିର୍ବାଚନ ୨୪ ତାରିଖରେ ହେବ । ଏହାକୁ ନେଇ ପରୀକ୍ଷାରେ ପରିବର୍ତନ ହେବା ସମ୍ଭାବନା ନେଇ ଚର୍ଚା ଜୋର ଧରିଥିଲା । ଏପରି ସମ୍ଭାବନାକୁ ଅସ୍ୱୀକାର କରିଛନ୍ତି ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର । ବିଜେପୁର ଉପ ନିର୍ବାଚନ ପାଇଁ ପରୀକ୍ଷାରେ କୌଣସି ପରିବର୍ତନ ହେବ ନାହିଁ । ପରୀକ୍ଷା ସୂଚୀ ଅନୁସାରେ ମାଟ୍ରିକ ପରୀକ୍ଷା ହେବ ବୋଲି ସେ କହିଛନ୍ତି ।

matric-exam-1-640x427ଏହା ସହ ବିଜେପୁର ଅଂଚଳରେ କିପରି ପରିକ୍ଷା ପରିଚାଳନା ହେବ ସେନେଇ ବରଗଡ ଜିଲ୍ଲାପାଳଙ୍କ ସହ ସେ ଆଲୋଚନା କରିଥିବା ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ । ୨୧ଟି ପରୀକ୍ଷା କେନ୍ଦ୍ର ମଧ୍ୟରୁ ୭ଟି କେନ୍ଦ୍ରରେ ନିର୍ବାଚନ ହେଉଛି । ତେଣୁ ସେହି ପରୀକ୍ଷା କେନ୍ଦ୍ର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ବାହାର ଜିଲ୍ଲାରୁ ଶିକ୍ଷକମାନେ ଆସି ନିର୍ବାଚନ ଦାୟିତ୍ୱରେ ରହିବେ । ଚଳିତ ବର୍ଷ ସାରା ରାଜ୍ୟରୁ ପ୍ରାୟ ୬ ଲକ୍ଷ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବେ । ସେପଟେ ବିଜେପୁର ଉପନିର୍ବାଚନ ପାଇଁ ୨୪ତାରିଖରେ ମତଦାନ ହେବା ସହ ୨୮ ତାରିଖରେ ଭୋଟ ଗଣତି ହେବ ।