ଟଙ୍କିକିଆ ଚାଉଳକୁ ନେଇ ବିବାଦ ! ବିଜେପିର ବିଜ୍ଞାପନକୁ ବିରୋଧ କଲା ବିଜେଡି

31

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଟଙ୍କିକିଆ ଚାଉଳକୁ ନେଇ ବିବାଦ । ବିଜେପିର ବିଜ୍ଞାପନକୁ ବିରୋଧ କରି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେଡି ।

ନିର୍ବାଚନ ଆଚରଣବିଧି ଉଲଂଘନ ଅଭିଯୋଗ ଆଣିଲା ବିଜେଡି । ସମ୍ବାଦପତ୍ରରେ ବାହାରିଥିବା ଖାଦ୍ୟ ସୁରକ୍ଷା ଯୋଜନା ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ନେଇ ଆପତ୍ତି ଉଠାଇଛି ବିଜେଡି ।

ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଦିଆଯାଉଥିବା ଚାଉଳ ବାବଦକୁ ରାଜ୍ୟର କେତେ ଅନୁଦାନ ଓ କେନ୍ଦ୍ରର କେତେ ଅନୁଦାନ ବିଜ୍ଞାପନ ମାଧ୍ୟମରେ ସ୍ପଷ୍ଟ କରିଛି ବିଜେପି ।

ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ବିଜ୍ଞାପନରେ, ଗ୍ରାଫ ଜରିଆରେ ସ୍ପଷ୍ଟ କରାଯାଇଛି ଯେ, ରାଜ୍ୟ ସରକାର ଚାଉଳ କିଲୋଗ୍ରାମ ପିଛା ୨ ଟଙ୍କା ଦେଉଥିବା ବେଳେ ହିତାଧିକାରୀ ଦେଉଛନ୍ତି ଏକ ଟଙ୍କା ।

ଏତିକି ବେଳେ କେନ୍ଦ୍ର ସରକାର ଦେଉଛନ୍ତି ୨୯ ଟଙ୍କା ୬୭ ପଇସା । ଯାହାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ବିବାଦ ଦେଖାଦେଇଛି ।

ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିବା ସତ୍ୱେ ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେଡିର ଏକ ଟିମ୍ ।

ଦଳର ବରିଷ୍ଠ ମୁଖପାତ୍ର ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଆଜି ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି । ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ବିଭିନ୍ନ ଯୋଜନା, ନିର୍ବାଚନ ଆଚରଣବିଧିକୁ ଉଲଂଘନ କରୁଥିବା ଅଭିଯୋଗ କରିଛି ବିଜେଡି ।