ବ୍ରହ୍ମପୁରରେ ବିଜେଡି କର୍ମୀଙ୍କ ଦବଙ୍ଗଗିରି ! ସମ୍ବାଦର ପାଠକ ମଂଚ ଚାଲିଥିବାବେଳେ କଲେ ହଙ୍ଗାମା

25

କନକ ବ୍ୟୁରୋ : ବ୍ରହ୍ମପୁରରେ ବିଜେଡି କର୍ମୀଙ୍କ ଦବଙ୍ଗଗିରି । ଦୈନିକ ଖବରକାଗଜ ସମ୍ବାଦର ବ୍ରହ୍ମପୁର ସଂସ୍କରଣର ୨୭ତମ ବାର୍ଷିକ ଉତ୍ସବ ସମୟରେ ହୋହାଲା କରିଛନ୍ତି ବିଜେଡି କର୍ମୀ । ବିଜେଡି କର୍ମୀମାନ ସଭାର ମଧ୍ୟଭାଗକୁ ପଶି ଆସି ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରାବାଜି କରିଛନ୍ତି ।

ସମ୍ବାଦ ପକ୍ଷରୁ ଆୟୋଜିତ ପାଠକ ମଂଚ କାର୍ଯ୍ୟକ୍ରମର ସଭାକାଯ୍ୟ ଚାଲିଥିବାବେଳେ ଏହି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ସମ୍ବାଦ ତରଫରୁ ଆୟୋଜିତ ବାର୍ଷିକ ଉତ୍ସବରେ ଜଣେ ପାଠକଙ୍କ ପ୍ରଶ୍ନର ଉତର ବିଜେପି ରାଜ୍ୟ ସମ୍ପାଦକ ବିଭୁତି ଜେନା ରଖୁଥିବାବେଳେ ଏହି ଘଟଣା ଘଟିଛି ।

ପାଠକ ମଂଚରେ ପାଠକ ଜଣକ ପ୍ରଶ୍ନ କରିଥିଲେ ଯେ କେନ୍ଦ୍ର ସରକାର ଅନ୍ୟ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ଦେଉଥିବାବେଳେ ଓଡିଶାକୁ କାହିଁକି ଅଣଦେଖା କରୁଛନ୍ତି । ଏହାର ଉତର ରଖୁଥିଲେ ବିଭୁତି । ସେ କହିଥିଲେ କେନ୍ଦ୍ର ଓଡିଶାକୁ ଅବହେଳା କରିନାହିଁ । ଓଡିଶାକୁ ଯେତିକି ଅର୍ଥ ଆସୁଛି ସେତିକି ଖର୍ଚ୍ଚ ହୋଇପାରୁନାହିଁ । ବିଜେପି ନେତାଙ୍କ ଉତରର ପ୍ରତିବାଦ କରି ମଂଚ ତଳେ ବସିଥିବା ବଜେଡି କର୍ମୀମାନେ ହୋହାଲା କରିଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ ସଭାକୁ ଅଧାରୁ ବନ୍ଦ କରାଯାଇଥିଲା ।

ଏହି ସଭାରେ ବିଜେଡିର ମୁଖପାତ୍ର ସ୍ୱର୍ଯ୍ୟ ନାରାୟଣ ପାତ୍ର, କଂଗ୍ରେସର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ର ଶେଖର ସାହୁ, ବଜେପିର ରାଜ୍ୟ ସାଧାରଣ ସମ୍ପାଦକ ବିଭୁତି ଜେନା ,ସମ୍ବାଦର ମୁଖ୍ୟ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ । ତେବେ ବଜେଡି କର୍ମୀଙ୍କ ଏଭଳି କାର୍ଯ୍ୟକୁ ନାପସନ୍ଦ କରିଛନ୍ତି କାର୍ଯ୍ୟକ୍ରମରେ ଯୋଗଦେଇଥିବା ପାଠକ ବୃନ୍ଦ ।