୩୧ବର୍ଷରେ ଦୀପିକା ! ଦେଖନ୍ତୁ ବର୍ଥ ଡେ ବିଉଟିଙ୍କ କିଛି ଅଧୁରା ଆଫେୟାର୍

27

୩୧ବର୍ଷରେ ପାଦ ଦେଲେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ । ୨୦୦୭ରେ ମୁକ୍ତିଲାଭ କରିଥିବା ସୁପରହିଟ୍ ସିନେମା ‘ଓମ୍‌ ଶାନ୍ତି ଓମ୍‌’ ଜରିଆରେ ବଲିଉଡରେ ପ୍ରବେଶ କରିଥିଲେ ଏହି ଡିମ୍ପଲ ଗର୍ଲ ।ତେବେ ଦୀପିକା ନିଜ ପେଶାଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ଓ ଆଫେୟାର୍ ପାଇଁ ସବୁବେଳେ ଚର୍ଚ୍ଚିତ । ଏବେ ନଜର ପକାନ୍ତୁ ଡିମ୍ପଲ୍ ଗର୍ଲଙ୍କ ଲଭ୍ ଲାଇଫ ଉପରେ  ।

ଦୀପିକା ପ୍ରଥମେ ପଡିଥିଲେ ନୀହାର ପାଣ୍ଡ୍ୟାଙ୍କ ପ୍ରେମରେ । ଏକ ଆକ୍ଟିଂ ସ୍କୁଲରେ ଦେଖା ହୋଇଥିଲା ଉଭୟଙ୍କର ଏବଂ ତାପରେ ଆରମ୍ଭ ହେଲା ପ୍ରେମ । ଏକ ୱେବସାଇଟ ଅନୁସାରେ ଦୀପିକା ସେତେବେଳେ ନିହାରଙ୍କ ସହ ଲିଭ ଇନରେ ମଧ୍ୟ ରହୁଥିଲେ । ତେବେ ଦୀପିକା ବଲିଉଡରେ ପାଦ ଦେବାପରେ ଉଭୟଙ୍କ ୩ ବର୍ଷର ସଂପର୍କରେ ପଡିଥିଲା ଭଟ୍ଟା ।

ନିହାରଙ୍କ ପରେ ଦୀପିକାଙ୍କ ନାଁ ଯୋଡି ହୋଇଥିଲା ଉପେନ୍ ପଟେଲ ସହ । ତାପରେ କିଛି ଦିନ ପରେ ଦୀପିକାଙ୍କ ଜୀବନରେ ଏଣ୍ଟ୍ରି ମାରିଥିଲେ କ୍ରିକେଟର ଯୁବରାଜ ସିଂ । କିନ୍ତୁ ଏମାନଙ୍କ ସଂପର୍କ ବେଶୀ ଦିନ ପାଇଁ ଚାଲିନଥିଲା । ଅଳ୍ପ କିଛିି ଦିନ ପରେ ଉଭୟେ ଅଲଗା ହୋଇ ଯାଇଥିଲେ । ଖବର ଅନୁସାରେ ଯୁବରାଜଙ୍କ ପୂର୍ବରୁ ଦୀପିକାଙ୍କ ଜୀବନରେ ଥିଲେ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ।

ବିଜୟ ମାଲ୍ୟାଙ୍କ ପୁଅ ସିଦ୍ଧାର୍ଥ ମାଲ୍ୟାଙ୍କ ସହ ମଧ୍ୟ ଦୀପିକାଙ୍କ ଆଫେୟାର୍ ଥିଲା । ସେତେବେଳେ ଏପରି ବି ଖବର ଆସିଥିଲା ଦୀପିକାଙ୍କୁ ସିଦ୍ଧାର୍ଥ ଏକ ଫ୍ଲାଟ ମଧ୍ୟ ଉପହାର ଦେଇଥିଲେ । କିନ୍ତୁ ଏ ସଂପର୍କ ମଧ୍ୟ ଖୁବ୍ ଅଳ୍ପ ଦିନ ଚାଲିଥିଲା ।

ଏହି ସଂପର୍କ ପରେ ପରେ ଦୀପିକାଙ୍କ ଜୀବନରେ ଆସିଲେ “ବର୍ଫି’ ଅଭିନେତା ରଣବୀର କପୁର । ୨୦୦୮ ରେ ଆସିଥିବା ସିନେମା “ବଚନା ଏ ହସିନୋ’ ସିନେମାରେ ଏକାଠି କାମ କରିଥିଲେ ଏବଂ ସେ ସମୟରେ ହିଁ ଉଭୟ ନିକଟବର୍ତ୍ତୀ ହୋଇଥିଲେ । କେବଳ ଏତିକି ନୁହଁ ଦୀପିକା ରଣବୀରଙ୍କ ନାମର ଏକ ଟାଟୁ ମଧ୍ୟ ତାଙ୍କ ବେକ ପଛରେ କରିଥିଲେ । ତେବେ ରଣବୀରଙ୍କ ଧୋକା ପାଇଁ ଏଥର ବି ଏହି ସଂପର୍କ ବେଶୀ ଦିନ ପାଇଁ ଚାଲି ନଥିଲା ।

ରଣବୀର କପୁରଙ୍କ ସହ ସଂପର୍କ ଭାଙ୍ଗିବା ପରେ ପରେ ବହୁତ ସମୟ ଏକୁଟିଆ ରହିଥିଲେ ଦୀପିକା ପାଦୁକୋନ । କିଛି ସମୟ ପରେ ରଣବୀର ସିଂ ତାଙ୍କ ଜୀବନକୁ ଆସିଲେ ଏବଂ ଏବେ ବି ଉଭୟେ ଏକାଠି ଅଛନ୍ତି । ନିକଟରେ ତାଙ୍କର ବ୍ରେକ୍ ଅପର ଖବର ଆସିଥିଲା କିନ୍ତୁ ଏକଥାକୁ ଭୁଲ ପ୍ରମାଣିତ କରିଛନ୍ତି ଭଭୟେ ।