ସ୍ମୃତି ଇରାନୀଙ୍କୁ ଆଇନା ଦେଖାଇଲେ ସସ୍ମିତ । ସତ,ମିଛର କଡ଼ାଗଣ୍ଡା କରି ହିସାବ ଦେଲେ ।

45

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଅଭିଯୋଗର ଜବାବ ରଖିଲା ବିଜେଡ଼ି । ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଜେପି ଉପରେ ପାଲଟା ଆକ୍ରମଣ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଇରାନୀଙ୍କ ସମସ୍ତ ଅଭିଯୋଗର କଡ଼ାଗଣ୍ଡା କରି ଜବାବ ରଖି କହିଛନ୍ତି ଯେ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଯୋଗୁ ଭୟବୀତ ହୋଇଛି ବିଜେପି । କାରଣ ନବୀନଙ୍କ ଏହି ଯୋଜନା ଆୟୁଷ୍ମାନ ଯୋଜନାକୁ ଫିକା କରିଦେଉଛି ତେଣୁ ଭୟବୀତ ହେବା ସ୍ୱାଭାବିକ ।

ସେହିଭଳି ତେଲ ଦର ଉପରେ ଭାଟ୍ ଛାଡ଼ କାହିଁକି କରୁନାହିଁ ରାଜ୍ୟ ବୋଲି ପ୍ରଶ୍ନର ଉତ୍ତରରେ ଜବାବ ରଖିଛି ବିଜେଡ଼ି । କେନ୍ଦ୍ର କରିଥିବା ତୈଳ ଦର ହ୍ରାସ ନେଇ ବିଜେଡ଼ି ଉପରେ ଯେଉଁ ଆରୋପ ଲଗାଉଛନ୍ତି କେନ୍ଦ୍ରମନ୍ତ୍ରୀ ଏହା ବିଜେପିର ନୀତି ସମସ୍ତଙ୍କୁ ଜଣା । ଏମିତି ନିର୍ବାଚନ ଆସିଲେ ତେଲ ଦର କମାଇ ଭୋଟ୍ ହାତେଇବାକୁ ପ୍ରୟାସ କରନ୍ତି ମୋଦି ସରକାର ।

ବାହାସ୍ଫୋଟ ମାରୁଥିବା ବିଜେପି ପ୍ରଥମେ କହୁ ବିଜେପି ଶାସିତ ରାଜ୍ୟରେ କେତେ ସୁରକ୍ଷିତ ଅଛନ୍ତି ମହିଳା ବୋଲି ସ୍ମୃତି ଇରାନୀଙ୍କୁ ପାଲଟା ପ୍ରଶ୍ନ କରିଛି ବିଜେଡ଼ି । ତେବେ କେନ୍ଦ୍ର ସରକାରଙ୍କ ଦୋମୁହାଁ ନୀତି ରାଜ୍ୟବାସୀଙ୍କୁ ଅଛପା ନାହିଁ ବୋଲି ପାଲଟା ଆକ୍ରମଣ କରି କହିଛନ୍ତି ସସ୍ମିତ । ।