ବିଜେଡିର ମହାନଦୀ ମନ୍ଥନ : ଛତିଶଗଡ ଯାଇ ତଥ୍ୟ ସଂଗ୍ରହ କରିବ ଅନୁଧ୍ୟାନକାରୀ ଟିମ୍

13

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଛତିଶଗଡ଼ ମହାନଦୀର ଉପରମୁଣ୍ଡରେ ବ୍ୟାରେଜ୍ ନିର୍ମାଣ ପ୍ରସଙ୍ଗରେ ବିଜେଡ଼ି ଗଠନ କରିଥିବା ୧୨ ଜଣିଆ ପୂର୍ଣ୍ଣାଙ୍ଗ କମିଟିର ଆଜି ବୈଠକ ବସିଛି । ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ଛତିଶଗଡଙ୍କ ସରକାରଙ୍କ ସହ ଯୋଗାଯୋଗ କରାଯାଇଛି । ତାଙ୍କ ସହ ଆଲୋଚନା କରାଯିବ, କିନ୍ତୁ ସେପଟୁ ଆଲୋଚନା ନେଇ ଏଯାଏଁ କୌଣସି ସୂଚନା ମିଳିନାହିଁ । ଆସନ୍ତା ୭ଓ୮ ତାରିଖରେ ଛତିଶଗଡ ଯିବ ବିଜେଡି ପୂର୍ଣ୍ଣାଙ୍ଗ କମିଟି । ଛତିଶଗଡର ବିଭିନ୍ନ ପ୍ରକଳ୍ପ ନେଇ ତଥ୍ୟ ସଂଗ୍ରହ କରାଯିବ ବୋଲି ପୂର୍ଣ୍ଣାଙ୍ଗ କମିଟି ଅଧ୍ୟକ୍ଷ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ସେହିପରି ମହାନଦୀ ଜଳ ସମସ୍ୟାର ସମାଧାନ ଆଲୋଚନା ମାଧ୍ୟମରେ କରାଯିବ ବୋଲି କହିଛନ୍ତି କମିଟିର ଅନ୍ୟତମ ସଦସ୍ୟ ପ୍ରତାପ ଦେବ ।