ଦଳରେ ଅର୍ନ୍ତଦ୍ୱନ୍ଦର ଫାଇଦା ନେଇଛି ବିଜେପି ! କହିଲେ ବିଜେଡି ମୁଖପାତ୍ର ଅମର ଶତପଥୀ

39

କନକ ବ୍ୟୁରୋ : ଚତୁର୍ଥ ପର୍ଯ୍ୟାୟ ଫଳାଫଳ ଆସିବା ପରେ ବିଜେଡିର ପ୍ରଦର୍ଶନ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ଦଳର ମୁଖପାତ୍ର ଅମର ଶତପଥୀ  କହିଛନ୍ତି ବିଜେଡି ୨୬ଟି ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିବ । ନିର୍ବାଚନ ଫଳାଫଳ ଉପରେ ନିର୍ଦ୍ଦିଷ୍ଟ ଅଂଚଳକୁ ନେଇ ସମୀକ୍ଷା କରାଯିବ ବୋଲି କହିଛନ୍ତି ଅମର ଶତପଥୀ ।

ଦଳୀୟ କନ୍ଦଳ ଯୋଗୁଁ ବିଜେଡି ଖରାପ ପ୍ରଦର୍ଶନ କରୁଥିବା ନେଇ କହୁଥିବା ବେଳେ ଦଳୀୟ କନ୍ଦଳ କ୍ୟାନସର ରୋଗ ନୁହେଁ ବୋଲି କହିଛନ୍ତି ଅମର । ଏହାକୁ ସୁଧାରି ହେବ । ଯେଉଁ ଜିଲ୍ଲାରେ ନିର୍ବାଚନ ପରିଚାଳନା ଠିକ୍ ଭାବରେ ହୋଇନାହିଁ ସେଠାରେ ସ୍ଥିତି ଖରାପ ରହିଛି ଯାହାର ଫାଇଦା ବିଜେପି ଉଠାଇଛି ବୋଲି କହିଛନ୍ତି ଅମର ଶତପଥୀ ।