ଛତ୍ରପୁରରେ ବିଜେଡି କାଉନସିଲର ଲକ୍ଷ୍ମୀଦତ ପ୍ରଧାନ ହତ୍ୟା ମାମଲା ! ଅଭିଯୁକ୍ତଙ୍କୁ ଗିରଫ କଲା ଗଂଜାମ ପୋଲିସ

23

କନକ ବ୍ୟୁରୋ: ଛତ୍ରପୁରରେ ଏନଏସି କାଉସିଲର ଲକ୍ଷ୍ମୀଦତ ପ୍ରଧାନ ହତ୍ୟା ମାମଲାରେ ଗଂଜାମ ପୋଲିସକୁ ମିଳିଛି ସଫଳତା । ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୁକ୍ତଙ୍କୁ ରାଜ୍ୟ ବାହାରୁ ଓ ରାଜ୍ୟ ଭିତରୁ ଗିରଫ କରାଯାଇଛି । ଏହି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ଆଶିଷ ସିଂହ । ତେବେ କେତେ ଅଭିଯୁକ୍ତ ଗିରଫ ହୋଇଛନ୍ତି, ସେମାନଙ୍କୁ କେଉଁଠାରୁ ଗିରଫ କରାଯାଇଛି । ସେ ସଂପର୍କରେ ପୋଲିସ ସାମ୍ବାଦିକ ସମ୍ମିଳନୀ କରି ବିସ୍ତୃତ ସୂଚନା ଦେବ ବୋଲି ଏସପି ଆଶିଷ ସିଂହ କହିଛନ୍ତି ।

ସୂଚନା ମୁତାବକ, ମୃତ ଲକ୍ଷ୍ମୀଦତ ପ୍ରଧାନ ଗଂଜାମ ଜିଲ୍ଲାର ଜଣେ ଜଣାଶୁଣା ଛାତ୍ରନେତା । ସେ ବିଜୁ ଛାତ୍ର ଜନତା ଦଳର ପୂର୍ବତନ ରାଜ୍ୟ ଉପସଭାପତି ଥିଲେ । ଛତ୍ରପୁରର ବିଭିନ୍ନ କଲେଜର ଛାତ୍ର ସଂସଦ ନିର୍ବାଚନରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା ।

କଲେଜ ଇଲେକସନର ସଂଘାତିକ ପ୍ରଭାବ ଦେଖିବାକୁ ମିଳିଥିଲା ଛତ୍ରପୁରରେ । ବିଜେଡି ନେତାଙ୍କ ଘରେ ପଶି ତାଙ୍କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରିଥିଲେ ଦୁର୍ବୃତ୍ତ । ଯାହାକୁ ନେଇ ସାରା ସହରରେ ଖେଳିଯାଇଥିଲା ଭୟର ବତାବରଣ । ତେବେ ପୂର୍ବ ଶତ୍ରୁତାକୁ ଏବଂ କଲେଜ ଛାତ୍ର ନିର୍ବାଚନକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଇଥିଲା ।

ସେପ୍ଟେମ୍ବର ୧୬ ତାରିଖରେ ଏଲଆଇସି କଲୋନୀ ଆଗରେ କିଛି ଦୁର୍ବୃତ୍ତ କାଉନସିଲର ଲକ୍ଷ୍ମୀଦତ ପ୍ରଧାନଙ୍କୁ ଗୋଡେଇ ଗୋଡେଇ ମରଣାନ୍ତକ ଆକ୍ରମଣ କରିଥିଲେ । ତୁରନ୍ତ ତାଙ୍କୁ ମେଡିକାଲ ନିଆଯାଉଥିବା ବେଳେ ବାଟରେ ଲକ୍ଷ୍ମୀଦତଙ୍କ ମୃତ୍ୟୁ ହୋଇଥିଲା । ଏହି ହତ୍ୟାକାଣ୍ଡ ରାଜନୈତିକ ଆକ୍ରୋଶ ରଖି କରାଯାଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ । ପୋଲିସ ଘଟଣାର ଛାନଭିନ ଆରମ୍ଭ କରି ସିସିଟିଭି ଫୁଟେଜ ଜବତ କରି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲା । ଅଭିଯୁକ୍ତଙ୍କ ଚିହ୍ନଟ ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ସେମାନଙ୍କୁ ଗିରଫ କରିଛି ।