ଏଣିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ସମସ୍ତେ କିଣିପାରିବେ ଘର : ବଡ ଘର ପାଇଁ ସରକାର ଋଣ ସହିତ ଦେଉଛନ୍ତି ସବସିଡି, ଜାଣନ୍ତୁ କେତେ

35

କେନ୍ଦ୍ର ସରକାର ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ବଡ ଘର କିଣିବା ପାଇଁ ବି ଋଣ ଦେବେ । କେବଳ ଏତିକି ନୁହେଁ ଏହି ଋଣ ରାଶି ଉପରେ ୨.୩ ଲକ୍ଷ ଟଙ୍କାର ସବସିଡି ବି ସରକାର ନିଜେ ବହନ କରିବେ ।

ଯଦି ଆପଣଙ୍କ ବାର୍ଷିକ ଆୟ ୧୮ ଲକ୍ଷ ଟଙ୍କାରୁ ଅଧିକ, ତେବେ ୨୧୦୦ ବର୍ଗଫୁଟ୍ ର ୩/୪ ବିଏଚକେ ଫ୍ଲାଟ୍ ପାଇଁ ସହଜରେ ଋଣ ନେଇପାରିବେ । ସହରୀ ବିକାଶ ମନ୍ତ୍ରଣାଳୟ କାରପେଟ୍ ଏରିଆରେ ବୃଦ୍ଧି କରିବା ପ୍ରସ୍ତାବରେ ନିଜ ମଂଜୁରୀ ଦେଇଛନ୍ତି । ଏଣିକି ଲୋକ ୩୩% ବଡ ଆକାରର ଘର କିଣିପାରିବେ । ସରକାରଙ୍କ ଏହି ନିଷ୍ପତ୍ତି ସବୁଠାରୁ ଅଧିକ ପ୍ରଭାବ ନନ୍ ମେଟ୍ରୋ ସହରରେ ରହୁଥିବା ଲୋକଙ୍କ ଉପରେ ପଡିବ । ଏବେ ପିଏମଏୱାଇ ଅଧିନରେ ଦୁଇଟି ବର୍ଗରେ ଋଣ ମିଳିବ । ପ୍ରଥମ ବର୍ଗରେ ୬ ଲକ୍ଷ ଟଙ୍କାରୁ ୧୨ ଲକ୍ଷ ଟଙ୍କା ଏବଂ ଅନ୍ୟ ଶ୍ରେଣୀରେ ୧୨ ଲକ୍ଷ ଟଙ୍କାରୁ ୧୮ ଲକ୍ଷ ଟଙ୍କା ସାମିଲ ଅଛି ।

ଯଦି ଘର କିଣୁଥିବା ବ୍ୟକ୍ତିଙ୍କ ବାର୍ଷିକ ଆୟ ୬ ଲକ୍ଷ ଟଙ୍କାରୁ କମ୍, ତେବେ ୬ ଲକ୍ଷ ଟଙ୍କାର ଋଣ ପର୍ଯ୍ୟନ୍ତ ସୁଧରେ ୬.୫% ଦରରେ ସବସିଡି ଦିଆଯିବ । ଋଣ ରାଶି ଯେତିକି ବି ହୋଇଥାଉ, ସବସିଡି ୬ ଲକ୍ଷ ଟଙ୍କାର ମୂଳଧନରେ ହିଁ ମିଳିବ । କେନ୍ଦ୍ର ସରକାର ଏହି ସମୟରେ ପିଏମ୍ ନରେନ୍ଦ୍ର ମୋଦିଙ୍କ ୨୦୨୦ ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ଘର ଦେବାର ସ୍ୱପ୍ନ ପୁରା କରିବାରେ ଲାଗିପଡିଛନ୍ତି ।