ଟୋଲ୍ ଫି ବିବାଦ

0

ଜୁନ୍ ୧ ତାରିଖରୁ ଜାତୀୟ ରାଜପଥରେ ଚଳାଚଳ କରୁଥିବା ବସଗୁଡିକ ପ୍ରାୟ ୧୦ ଗୁଣା ଟୋଲ ଫି ଦେବେ । ବାହାର ରାଜ୍ୟର ବସ ଉପରେ ଏହି ଫି ବହୁଗୁଣା ବଢିଯିବ । କେବଳ ସେତିକି ନୁହେଁ ଯାତ୍ରୀଙ୍କ ପକେଟରୁ ବି ଯିବ ଟୋଲ ଫି । ଜାତୀୟ ରାଜପଥ କର୍ତୃପକ୍ଷ ରାଜ୍ୟର ସମସ୍ତ ଟୋଲ ପ୍ଲାଜା କର୍ତୃପକ୍ଷଙ୍କୁ ଏଭଳି ହ୍ୱିପ ଜାରି କରାଯାଇଛି । ଜାତୀୟ ରାଜପଥ କର୍ତୃପକ୍ଷ ଚିଠିରେ ଉଲ୍ଲେଖ କରିଛନ୍ତି , ଓଡିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ମେ ୧୮ ତାରିଖରେ ଜାରି ବିଜ୍ଞପ୍ତି  ଅନୁସାରେ ଜୁନ୍ ପହିଲାରୁ ବର୍ଦ୍ଧିତ ଟୋଲ ଆଦାୟ କରାଯିବ । ରାଜ୍ୟ ସରକାରଙ୍କ ମୋଟର ଯାନ ଆଇନର ୧୯୮୮ ଧାରା ୬୭ ଅନୁଯାୟୀ ଜୁନ୍ ପହିଲାରୁ ଯାତ୍ରୀବାହୀ ବସଗୁଡିକ ଏହି ବର୍ଦ୍ଧିତ ଫି ଦେବେ । ଏପଟେ ବସ୍ ମାଲିକଙ୍କ ସହ ରାଜ୍ୟ ସରକାର ଆଲୋଚନା ଜାରି ରଖିଥିବାବେଳେ ଆସନ୍ତାକାଲିଠାରୁ ବର୍ଦ୍ଧିତ ଦେୟ ଆଦାୟ ପାଇଁ ଘୋଷଣା ହୋଇଛି । ଏ ସମସ୍ତ ବିତର୍କିତ ପ୍ରସଙ୍ଗ ଉପରେ ଦେଖିବା କନକ ନ୍ୟୁଜର ବିଗ୍ ଡିବେଟ୍ :  ଟୋଲ୍ ଫି ବିବାଦ

Comments are closed.