ବାଳିକାବଧୂର ରେକର୍ଡ

39

5334_Balika Vadhuଚର୍ଚ୍ଚାରେ ଛୋଟ ପରଦାର ଧାରାବାହିକ ବାଳିକାବଧୂ । ଦେଶର ପ୍ରତିଟି ଘରେ ନିଜର ଆଧିପତ୍ୟ ଜାହିର କରିଛି ଏହି ଧାରାବାହିକ । ହିନ୍ଦୀ ଧାରାବାହିକ ଦୁନିଆର ସବୁଠାରୁ “ ଲଙ୍ଗ୍ ରନିଙ୍ଗ୍ ସୋ ” ଭାବେ କରିଛି ରେକର୍ଡ । ସ୍ଥାନ ପାଇଛି ଲିମକା ବୁକ୍ ଅଫ ରେକର୍ଡରେ । ବାଲ୍ୟ ବିବାହ ଭଳି ସାମାଜିକ ପ୍ରଥାକୁ ନେଇ ଗତିଶୀଳ ହୋଇଥିଲା ଏହି ଧାରାବାହିକ । ଏଭଳି ଏକ କୁସଂସ୍କାରକୁ ଲୋକ ଲୋଚନକୁ ଆଣିବା ପାଇଁ ପ୍ରୟାସ କରିଥିଲା ଏହି ଧାରାବାହିକ । ବେଶ କିଛି ବର୍ଷ ଧରି ଚାଲିଥିବା ଏହି ଧାରାବାହିକ ମେ’ ମାସ ସୁଦ୍ଧା ୨୦୦୦ରୁ ଅଧିକ ଏପିସୋଡ କରି ଇତିହାସ ରଚିଛି ।

balika-vadhu-759୨୦୦୮ ମସିହାରେ ଛୋଟ ପରଦାରେ ଉଭା ହୋଇଥିଲା ବାଳିକାବଧୂ । ସେତେବେଳର ସେଇ ବାଳିକାବଧୂ ଆନନ୍ଦି ଟେଲି ଦୁନିଆରେ ଝଡ ସୃଷ୍ଟି କରିଥିଲା । ପରିଚିତ ହୋଇଥିଲା ଦେଶର ପ୍ରତିଟି ଘରେ । ଏହାର ପ୍ରମୋସନ ସହ ଧାରାବାହିକର କାହାଣୀ ଭିଡି ଧରିଥିଲା ଦର୍ଶକଙ୍କୁ । ସେ ସମୟର ଟିଆରପି ତାଲିକାରେ ଶୀର୍ଷରେ ଥିଲା ବାଳିକାବଧୂ । ଯାହା ବେଶକିଛି ସମୟଧରି ବଳବତର ରହିଥିଲା । ମୁଖ୍ୟ ଚରିତ୍ର ଆନନ୍ଦିଙ୍କ ବିଦାୟ ପରେ ବି ଏହି ଧାରାବାହିକ ତା’ର ଚମକ ହରାଇ ନଥିଲା । ଏହା ମଧ୍ୟରେ ଧାରାବାହିକରେ ଆସିଛି ଅନେକ ପରିବର୍ତନ । ହେଲେ ଏହା ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଛି । ଆଜିର ଏହି ଲିମକା ବୁକ୍ ଅଫ୍ ରେକର୍ଡ ସହ ଟିଆରପି ଲିଷ୍ଟ ବି କହୁଛି ବାଳିକାବଧୂର ଲୋକପ୍ରିୟତାର କଥା ।

ପୂର୍ବରୁ ୧୦୦୦ ଏପିସୋଡ ପୂରଣ କରି ଉତ୍ସବ ମନାଇଥିଲା ବାଳିକାବଧୂ । ହେଲେ ଏଥର ୨୦୦୦ରୁ ଅଧିକ ଏପିସୋଡ ଦର୍ଶକଙ୍କୁ ଭେଟି ଦେଇ କରିଛି ରେକର୍ଡ । ଆଗାମି ଦିନରେ ବି ଏହା ଆହୁରି ଲୋକପ୍ରିୟତା ଅର୍ଜନ କରିବ ବୋଲି ଲକ୍ଷ୍ୟ ରଖିଛି । ଦର୍ଶକ ବି ପଡିଯାଇଛନ୍ତି ବାଳିକାବଧୂର ପ୍ରେମରେ । ପ୍ରଯୋଜକ ତଥା ନିର୍ଦେଶକଙ୍କର ଶ୍ରମ ସାର୍ଥକ ହୋଇଛି ବୋଲି ପ୍ରମାଣ କରିଛି ବାଳିକାବଧୂ । ଆଉ ସ୍ଥାନ ପାଇଛି ଲିମକା ବୁକ୍ ଅଫ୍ ୱାଲର୍ଡ ରେକର୍ଡରେ ।