କନ୍ଧମାଳରେ ନିରୀହ ଲୋକଙ୍କୁ ଗୁଳି ମାରିଲା କିଏ?

49

କନ୍ଧମାଳରେ ନିରୀହ ଆଦିବାସୀଙ୍କୁ ଗୁଳି କିଏ ମାରିଲା ଏବେ ଏହି ପ୍ରସଙ୍ଗ ଉପରେ ଚାଲିଛି ଆଲୋଚନା ପର୍ଯ୍ୟାଲୋଚନା । କ୍ରସ ଫାୟାରର ତଥ୍ୟକୁ ଯଦି ଦେଖିବା, ଯେଉଁମାନେ ଗୁଳିକୁ ଅତି ନିକଟତର ଭାବରେ ଦେଖିଛନ୍ତି ସାଧାରଣରେ ସେମାନେ କହୁଛନ୍ତି କୈାଣସି ଭାବରେ କ୍ରସ ଫାୟାର ହୋଇନାହିଁ । ଏହି ପ୍ରସଙ୍ଗରେ ରାଜ୍ୟ ସରକାର ମଧ୍ୟ କେତେ ସମ୍ବେଦନଶୀଳ ତା ଉପରେ ରହିବ ସମସ୍ତଙ୍କ ନଜର, ସରକାର ଚିନ୍ତା କରୁଛନ୍ତି ଏହି ଚକ୍ରବ୍ୟୁହରୁ ମୁକ୍ତି ପାଇବେ କେମିତି? ଏହାରି ଭିତରେ ବିରୋଧୀ ଦଳ ଲାଗିପଡିଛନ୍ତି ସରକାରଙ୍କୁ କେମିତି ଅଡୁଆରେ ପକାଇବେ । କିନ୍ତୁ ଏହାରି ଭିତରେ କନ୍ଧମାଳର କୋହ କରୁଣ ରୂପ ନେଉଛି । ମାଓବାଦୀ ଭାବି ସୁରକ୍ଷାକର୍ମୀ ମାରିଦେଇଛନ୍ତି ନିରୀହ ଆଦିବାସୀ ମାନଙ୍କୁ। ଏବେ ପାଂଚଟି ବଡ ପ୍ରଶ୍ନ ଆମ ସାମ୍ନାକୁ ଆସୁଛି । ଏହି ସମସ୍ତ ବିତର୍କିତ ପ୍ରଶ୍ନ ଉପରେ ଦେଖିବା କନକ ନ୍ୟୁଜ୍ ର ବିଗ୍ ଡିବେଟ୍ :