ଆଜି ଭୁବନେଶ୍ୱର ପ୍ରତିଷ୍ଠା ଦିବସ ! ରାଜଧାନୀକୁ ପୁରିଲା ୬୯ ବର୍ଷ

71

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରକୁ ପୁରିଲା ୬୯ ବର୍ଷ । ପ୍ରତିଷ୍ଠା ଦିବସ ଅବସରରେ ଆଜି ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ପ୍ରତିଷ୍ଠା ଦିବସ ପାଳନ କମିଟି ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବିଧାନସଭା ସମ୍ମୁଖ ରାଜଧାନୀ ଶିଳାନ୍ୟାସ ଫଳକ ନିକଟରେ ଉତ୍ସବ ପାଳନ କରାଯାଉଛି । ବାଚସ୍ପତି ନିରଂଜନ ପୂଜାରୀ ଉତ୍ସବକୁ ଉଦଘାଟନ କରିଛନ୍ତି ।