ଅଜିତ୍ ଯୋଗୀଙ୍କ ଅଭିଯୋଗର ବୈଜୟନ୍ତଙ୍କ ଜବାବ ପରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଲୋଡିଲେ ବିରୋଧି

32

କନକ ବ୍ୟୁରୋ : ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଭିଯୋଗ ଆଣିବା ପରେ ବୈଜୟ ତୃତୀୟ ମହଲାକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ବୈଜୟନ୍ତ ତୃତୀୟ ମହଲାକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ପରେ ଆଜି ବିଜେପି ଏହି ପ୍ରସଙ୍ଗରେ ମୁହଁ ଖୋଲିଛି । ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି ଦଳର ସାଂସଦ ଜଣେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ କଥା କହିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ତା ଉପରେ ସ୍ପଷ୍ଟୀକରଣ ଦିଅନ୍ତୁ । ଏହା ସହିତ ସାଂସଦଙ୍କ ବିରୋଧରେ ଯୋଗୀ ଆଣିଥିବା ଅଭିଯୋଗର ଉତ୍ତର ଦାବି କରିଛନ୍ତି ଭୃଗୁ ।

କଂଗ୍ରେସ ପକ୍ଷରୁ ମଧ୍ୟ ଆଜି ସମାନ ଦାବି କରାଯାଇଛି । କଂଗ୍ରେସ ନେତା ଶରତ ରାଉତ ଆଜି ସାଂସଦ ପଣ୍ଡାଙ୍କ ବିରୋଧରେ ଯୋଗୀ ଆଣିଥିବା ଅଭିଯୋଗର ଉତ୍ତର ଲୋଡିଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କ ବିରୋଧରେ ସାଂସଦ ଆଣିଥିବା ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ମାଗିଛନ୍ତି ଶରତ ।

ଅନ୍ୟପଟେ ବିଜେଡି ମୁଖପାତ୍ର ତଥା ଅର୍ଥମନ୍ତ୍ରୀ ଶଶିଭୂଷଣ ରାଉତ କହିଛନ୍ତି ବୈଜୟନ୍ତ ନିଜେ ସାମନାକୁ ଆସନ୍ତୁ । ତେବେ ସାଂସଦ ପଣ୍ଡାଙ୍କ ପକ୍ଷରୁ ତୃତୀୟ ମହଲାକୁ ନେଇ ଉଠାଯାଇଥିବା ପ୍ରଶ୍ନକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି ଶଶୀ । ଗତକାଲି ବୈଜୟନ୍ତ କହିଥିଲେ ତୃତୀୟ ମହଲାର ଜଣେ ଆଇଏଏସ ଅଧିକାରୀ ତାଙ୍କ ବିରୋଧରେ ଷଡଯନ୍ତ୍ର କରି ଯୋଗୀଙ୍କ ଦ୍ୱାରା ଏସବୁ କରାଇଛନ୍ତି । କିନ୍ତୁ ବୈଜୟନ୍ତଙ୍କୁ ଅଭିଯୋଗକୁ ଖଣ୍ଡନ କରିବା ସହ ଚ୍ୟାଲେଞ୍ଜ ଦେଇଥିଲେ ।