ବନ୍ଦ ହେବ ଏୟାରଟେଲର ୩ଜି ସେବା ! ୨ଜି-୪ଜି ସେବାକୁ ଗୁରୁତ୍ତ୍ୱ ଦେବ କମ୍ପାନୀ 

34

ଏୟାରେଟେଲର ୩ଜି ସେବା ଆଗାମୀ କିଛି ବର୍ଷରେ ବନ୍ଦ ହେବ । ଟେଲିକମ କମ୍ପାନୀ ଭାରତୀ ଏୟାରଟେଲ ୩ଜି ସେବା ବନ୍ଦ କରିବା ପାଇଁ ଯୋଜନା କରୁଛି । ୩ଜି ଟେକ୍ନୋଲୋଜି ଏବେ ତାଙ୍କ ପାଇଁ ଅଧିକ ଲାଭଦାୟକ ନୁହେଁ । ଏୟାରଟେଲର ଭାରତ ଓ ଦକ୍ଷିଣ ଏସିଆର ଏମଡ଼ି ଓ ସିଇଓ ଗୋପାଲ ବିଟ୍ଟଲଙ୍କ କହିବା ଅନୁସାରେ ସେମାନେ ୩ଜି ଉପରେ ଟଙ୍କା ନିବେଶ କରିବା ବନ୍ଦ କରିଦେଇଛନ୍ତି । ଏମିତିରେ ୩ଜି ରେ ଖାଲି ହୋଇଥିବା ସ୍ପେକ୍ଟ୍ରମର ବ୍ୟବହାର ଏବେ ବନ୍ଦ କରି ଦିଆଯାଇଛି । ଏବଂ ଏହି ଖାଲି ଥିବା ସ୍ପେକ୍ଟ୍ରମକୁ ୪ଜିରେ ବ୍ୟବହାର କରାଯିବ ।

airtel offerସୂଚନାଯୋଗ୍ୟ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ କମ୍ପାନୀର ଡାଟା କଷ୍ଟମର ୪ ଗୁଣା ଅଧିକ ବଢ଼ିଛନ୍ତି । ଏହାଦ୍ୱାରା ମୋବାଇଲ ବ୍ରଡ଼ବ୍ୟାଣ୍ଡ ଗ୍ରାହକ ସଂଖ୍ୟା ୩୩.୬ ପ୍ରତିଶତରୁ ବଢ଼ ୫.୫୨ କୋଟି ହୋଇଯାଇଛନ୍ତି । ସୂଚନା ଅନୁସାରେ ଆଗାମୀ ୩ରୁ ୪ ବର୍ଷ ମଧ୍ୟରେ ୩ଜି ନେଟୱର୍କ ବନ୍ଦ ହୋଇପାରେ । ଭାରତରେ ବିକ୍ରି ହେଉଥିବା ପାଖାପାଖି ୫୦ ପ୍ରତିଶତ ମୋବାଇଲ ଫୋନ୍ ଫିଚର ଫୋନ ଅଟେ ।

 

କାହିଁକି ବନ୍ଦ ହେବ ୩ଜି ସେବା . . . .

– ୪ଜି ସେବା ଉପରେ ଗୁରୁତ୍ୱ ଦେଉଛି କମ୍ପାନୀ ।

– ଏହି ଟେକ୍ନୋଲୋଜି ଡାଟାର କ୍ୟାପାସିଟି ଅଧିକ ଥାଏ ।

– କମ୍ପାନୀ ୨୧୦୦ ମେଗାହର୍ଜ ବ୍ୟାଣ୍ଡର ବ୍ୟବହାର କରିବ ଯାହା ଏବେ ପର୍ଯ୍ୟନ୍ତ ୩ଜି ପାଇଁ କରାଯାଉଥିଲା ।

– କମ୍ପାନୀ ଏବେ ଅଧିକରୁ ଅଧିକ ସ୍ପେକ୍ଟ୍ରମ ୪ଜିରେ ବ୍ୟବହାର କରିବ ।