ଶାନ୍ତି ପାଇଁ ସତ୍ୟ ! ଜାଣନ୍ତୁ ବୁଦ୍ଧଙ୍କ ବିଚାର. . ଯାହାର ପାଳନ ବଦଳାଇପରେ ଆପଣଙ୍କ ଜୀବନ

213

ଆଜି ହେଉଛି ପବିତ୍ର ବୁଦ୍ଧ ପୂର୍ଣ୍ଣମୀ । ପ୍ରତିବର୍ଷ ବୈଶାଖ ପୂର୍ଣ୍ଣମୀକୁ ବୁଦ୍ଧ ଜୟନ୍ତୀ ବା ବୁଦ୍ଧ ପୂର୍ଣ୍ଣମୀ ଭାବରେ ପାଳନ କରାଯାଏ । ଆଶା ଓ ତୃଷ୍ଣାର ଅବସାନ ପାଇଁ ବୁଦ୍ଧ ନିରୁପଣ କରିଥିଲେ ସତ୍ ଭାବନା, ସତ୍ ସଂକଳ୍ପ, ସତ୍ କଥନ, ସତ୍ ପ୍ରୟାସ, ସତ୍ ବୃତ୍ତି, ସତ୍ ସ୍ମୃତି , ସତ୍ ସମାଧି ଅଷ୍ଟମାର୍ଗ ବା ମଧ୍ୟମ ପନ୍ଥା । ଆଜି ପୃଥିବୀରେ ୧୪୧ଦେଶରେ ବାସ କରୁଥିବା ବୌଦ୍ଧଧର୍ମାବଲମ୍ବୀଙ୍କ ସଂଖ୍ୟା ପ୍ରାୟ ୫୦କୋଟିରୁ ଅଧିକ । ଶାନ୍ତି ଏବଂ ପ୍ରେମର ସନ୍ଦେଶ ଦେଇଥାଏ ବୌଦ୍ଧ ଧର୍ମ । ଏହି ଧର୍ମରେ ଏମିତି କିଛି ବିଚାରକୁ ଧ୍ୟାନ ଦିଆଯାଇଛି ଯାହା ଯାହାକୁ ପାଳନ କଲେ ଜୀବନରେ ଶାନ୍ତି ବଜାୟ ରହିଥାଏ । ଏବେ ନଜର ପକାନ୍ତୁ ବୁଦ୍ଧ ଦେଇଥିବା କିଛି ମୂଲ୍ୟବାନ୍ ଶିକ୍ଷା ଉପରେ ।

• କାମନାର ବିନାଶରେ ହିଁ ଦୁଃଖର ବିନାଶ ।

• ଯଦି ଆପଣ ପ୍ରକୃତରେ ନିଜକୁ ଭଲ ପାଉଛନ୍ତି ତେବେ ଅନ୍ୟକୁ ଦୁଃଖ ଦେଇପାରିବେନି ।

• ନିଜ ରାସ୍ତା ନିଜେ ତିଆରି କରନ୍ତୁ । କାରଣ ଆମେ ଏକା ଜନ୍ମ ହୋଇଛେ ଆଉ ଏକ ମୃତ୍ୟୁବରଣ କରିବା । ସେଥିପାଇଁ ଆମ ବ୍ୟତୀତ ଦ୍ୱିତୀୟ କେହି ଆମର ନିଷ୍ପତି ନେଇ ପାରିବେନି ।

• ଅନ୍ୟ କାହା ଉପରେ ନିର୍ଭର କରନ୍ତୁ ନାହିଁ । ନିଜ ପାଇଁ ନିଜେ କାମ କରନ୍ତୁ ।

• କ୍ରୋଧ ପାଇଁ ଆପଣଙ୍କୁ ଦଣ୍ଡ ମିଳିବନି ବରଂ ଆପଣଙ୍କ କ୍ରୋଧ ନିଜେ ହିଁ ଆପଣଙ୍କୁ ଦଣ୍ଡ ଦେବ ।

• ଖୁସିର କୌଣସି ମାର୍ଗ ନାହିଁ କାରଣ ନିଜେ ଖୁସି ହିଁ ଏକ ମାର୍ଗ ।

• ଆମେ ଆମ ବିଚାର ଦ୍ୱାରା ହିଁ ଉପରକୁ ଉଠିଥାଉ ଆଉ ଆମ ସଂସାର ତିଆରି କରିଥାଉ ।

• ଶାନ୍ତି ଆମ ମନଭିତରେ ଥାଏ । ଏହାକୁ ଅନ୍ୟ କେଉଁଠାରେ ଖୋଜନ୍ତୁ ନାହିଁ ।

• ଘୃଣାକୁ ଘୃଣାରେ ଅନ୍ତ କରାଯାଇପାରେ ନାହିଁ । ପ୍ରେମ ଦ୍ୱାରା ଅନ୍ତ ହୋଇଥାଏ । ଯାହା ଶାଶ୍ୱତ ସତ ।

• ତିନିଟି ଜିନିଷ ବେଶୀ ସମୟ ଲୁଚି ରହିପାରେ ନାହିଁ । ତାହା ହେଉଛି ସୂର୍ଯ୍ୟ, ଚନ୍ଦ୍ର ଏବଂ ସତ୍ୟ ।

• ପ୍ରତିଦିନ ସକାଳେ ଆମର ନୂଆ ଜନ୍ମ ହୋଇଥାଏ । ତେଣୁ ଆମେ ଆଜି କଣ କରିବା ତାହା ସବୁଠାରୁ ମହତ୍ୱପୂର୍ଣ୍ଣ ।