କଂଗ୍ରେସର ଭାଗବତ ପାଠ ! ଦଳରେ ପୁଣି ଉଠିଲା ପ୍ରସାଦ ବିରୋଧୀ ସ୍ୱର

76

କନକ ବ୍ୟୁରୋ : ପୁଣି କଂଗ୍ରେସରେ ଉଠିଲା ପ୍ରସାଦ ବିରୋଧୀ ସ୍ୱର । ଏଥର ସାମ୍ନାକୁ ଆସିଛନ୍ତି, ଦଳର ବୟଜେଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତି । ପ୍ରସାଦଙ୍କ ନାଁ ନନେଇ ଭାଗବତ କହିଛନ୍ତି, କଂଗ୍ରେସରେ ଚୌକି ପାଇଁ ଲଢେଇ ଚାଲିଛି । ଏପରିକି ଯିଏ ଚୌକି ପାଇଁ ବ୍ୟସ୍ତ ତାଙ୍କୁ ହଟାଇବା ଦରକାର ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଭାଗବତ ମହାନ୍ତି । ନିଜ ଭୁଲ ଯୋଗୁଁ କଂଗ୍ରେସର ବିପର୍ଯ୍ୟୟ ହେଉଥିବାରୁ ସେ ଚିନ୍ତା ପ୍ରକାଶ କରିଛନ୍ତି । ତେବେ ଦଳର ଏହି ବୟଜ୍ୟେଷ୍ଠ ନେତାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ । ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସପକ୍ଷରେ ଯୁକ୍ତି ବାଢିବା ସହ ଭାଗବତଙ୍କୁ କରିଛନ୍ତି ଭର୍ତ୍ସନା ।