ଶୀତଦିନରେ କରନ୍ତୁ କମଳାର ବ୍ୟବହାର ! ହୁଅନ୍ତୁ ସୁସ୍ଥବାନ

60

ଫଳ ଖାଇବା ଶରୀର ପକ୍ଷରେ ବହୁତ ଉପକାରୀ । ବିଭିନ୍ନପ୍ରକାର ଫଳର ଭିନ୍ନ ଭିନ୍ନ ପ୍ରକାରର ଉପକାରୀତା ଗୁଣ ରହିଥାଏ । ସେମିତି ଏକ ଫଳ ହେଲା କମଳା । କମଳାକୁ ବିଶେଷ କରି ଶୀତଦିନେ ବ୍ୟବହାର କରିବା ଦ୍ୱାରା କିଛି ନିର୍ଦ୍ଧିଷ୍ଟ ଫଳ ମିଳିଥାଏ । ଖଟାଫଳ ମାନଙ୍କ ମଧ୍ୟରେ କମଳା ବହୁତ ଉପକାରୀ । ଭିଟାମିନ୍-ସିରେ ଭରପୂର ରହିଥାଏ ଖଟା କମଳା ।

ଉଚ୍ଚ ରକ୍ତଚାପର ସମସ୍ୟା ରହିଥିଲେ, କମଳା ଖାଇବା ନିହାତି ଜରୁରୀ ହୋଇଥାଏ । ଏଥିରେ ପଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଭରପୂର ହୋଇ ରହିଥିବାରୁ ଏହାକୁ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ଅବସ୍ଥାରେ ରହିଥାଏ । ପରୀକ୍ଷା ଦ୍ୱାରା ମଧ୍ୟ କିଛି ତଥ୍ୟ ସାମ୍ନାକୁ ଆସିଛି । କମଳାର ରସକୁ ପିଇବା ଦ୍ୱାରା କିଡନି ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ । କ୍ୟାନସର ଭଳି ମାରାତ୍ମକ ରୋଗରୁ ମଧ୍ୟ କମଳା ରସ ରକ୍ଷା କରିଥାଏ ।

କମଳାରେ ଫାଇବରର ମାତ୍ରା ମଧ୍ୟ ବହୁତ ଅଧିକ ରହିଥାଏ, ଯାହାକି ଶରୀର ମଧ୍ୟରେ କଲଷ୍ଟ୍ରୋଲର ପରିମାଣକୁ ଠିକରେ ରଖିଥାଏ । ଶରୀର ମଧ୍ୟରେ କଲଷ୍ଟ୍ରୋଲର ପରିମାଣ ଯଦି ଠିକ ରହିଥାଏ ତେବେ ଶରୀରରେ ହାର୍ଟ ଜନିତ ସମସ୍ୟ। ମଧ୍ୟ ଦେଖାଯାଏ ନାହିଁ ।

କମଳା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ । ଯଦି ନିୟମିତ କମଳା ଖିଆଯାଏ ତେବେ ସର୍ଦ୍ଦି, କାଶ, ଏବଂ ଭାଇରାଲ ଜନିତ ରୋଗରୁ ମୁକ୍ତି ମିଳିଥାଏ ।