ଶୀତ ଦିନରେ ମୁହଁର ଯତ୍ନ ନେବା କିପରି ! କିଛି ଘରୋଇ ଟିପ୍ସ
ଶୀତ ଦିନରେ ମୁହଁର ଯତ୍ନ କିପରି ଭଲ ଭାବରେ ନିଆଯାଇପାରିବ ତାକୁ ନେଇ ମହିଳାମାନେ ବିଶେଷ ଚିନ୍ତିତ ହୋଇଥାନ୍ତି । ମହିଳାଙ୍କ ଇଚ୍ଛା ରହିଥାଏ ଯେ ଶୀତ ଦିନେ ମହିଳା ମାନଙ୍କ ତ୍ୱଚା କିପରି କୋମଳ ଓ ମୁଲାୟମ ରହିବ । ଆମମାନଙ୍କ ଧାରଣା ରହିଛି ଯେ କେବଳ ପାର୍ଲର ଗଲେ ହିଁ ତ୍ୱଚାର ଉପଯୁକ୍ତ ଯତ୍ନ ନିଆଯାଇପାରିବ, କିନ୍ତୁ କିଛି ଘରୋଇ ଉପଚାର ରହିଛି, ଯାହାଦ୍ୱାରା ବି ଆମେ ଆମ ମୁହଁର ଭଲଭାବରେ ଯତ୍ନ ନେଇପାରିବା
Kanak News is now on WhatsApp
Join and get latest news updates delivered to you via WhatsApp
- ଘରେ ବ୍ୟବହାର କରାଯାଉଥିବା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷକୁ ନେଇ ଆମେ ମୁହଁର ଯତ୍ନ ନେଇପାରିବା । ଲେମ୍ବୁ, ବନ୍ଧାକୋବି, କ୍ଷୀର, ଅଣ୍ଡା, ଦହି, ଏବଂ ତୁଳସୀ ଆଦି ଜିନିଷକୁ ବ୍ୟବହାର କରି ଶୀତ ଦିନେ ଆମେ ଆମ ହାତ ପାହାନ୍ତାରେ ମିଳୁଥିବା ଜିନିଷର ସହାୟତାରେ ମୁହଁର ଯତ୍ନ ନେଇପାରିବା ।
- କିଛି ଘରୋଇ ଜିନିଷର ବ୍ୟବହାର କରି ଆମେ କିପରି ଭାବରେ ନେଇପାରିବା ମୁହଁର ଯତ୍ନ । ପାଣି ଅଧିକ ପରିମାଣରେ ପିଇଲେ କଳା, ଗୋରା, ଶ୍ୟାମଳ ତ୍ୱଚା ବିଶିଷ୍ଟ ପ୍ରତ୍ୟେକ ମହିଳା ଶତପ୍ରତିଶତ ଉପକାର ପାଇପାରିବେ ।
- ଲେମ୍ବୁ ଚାହିଦା ମଧ୍ୟ ଶୀତଦିନେ ତ୍ୱଚା ପାଇଁ ବେଶ ଉପକାରୀ ଅଟେ । ଲେମ୍ବୁର ଚୋପାକୁ ଆମେ ମୁହଁ, ହାତ, ଗୋଇଠିରେ ଘଷିଲେ ଶୀତ ଦିନରେ ଉପଯୋଗୀ ହୋଇଥାଏ । ବନ୍ଧାକୋବି ମଧ୍ୟ ଶୀତଦିନେ ଦେହ ପାଇଁ ଖୁବ୍ ଉପକାରୀ ସାବ୍ୟସ୍ତ ହୋଇଥାଏ । ବନ୍ଧାକୋବିକୁ ବିଭିନ୍ନ ଶୈଳୀରେ ରୋଷେଇ କରି ଖାଇଲେ ତ୍ୱଚାର ସୈାନ୍ଦର୍ଯ୍ୟ ବଢିଥାଏ ।
- ଶୀତ ଦିନରେ କ୍ଷୀରକୁ ଉଷୁମ କରି ଯଦି ପିଇଲେ , ତେବେ ଶରୀର ସତେଜ ରହିଥାଏ । ଦହିର ଉପକାର ମଧ୍ୟ ବହୁତ ରହିଛି । ଦହି ଖାଇଲେ ଶରୀରର ଉଜ୍ଜଳତା ଆସିଥାଏ, ଏବଂ ତା ଛଡା ଦହିକୁ ଚୁଟିରେ ଲଗାଇଲେ ଶୀତ ଦିନରେ ରୁପିଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ ।
- ଶୀତ ଦିନରେ ଅଣ୍ଡାର ଉପକାରିତା ମଧ୍ୟ ରହିଛି । ଅଣ୍ଡାର ହଳଦିଆ ଅଂଶକୁ ମୁହଁରେ ଲଗାଇଲେ ତ୍ୱଚା ସୁନ୍ଦର ଦେଖାଯାଏ । ଶୀତ ଦିନରେ ସକାଳର ନିତ୍ୟକର୍ମ ସାରି ତୁଳସୀ ପତ୍ରକୁ ଚୋବାଇ ଖାଇଲେ ଶରୀରରେ ସତେଜତା ଅନୁଭବ ହୋଇଥାଏ ।