ସୁନ୍ଦରୀମାନଙ୍କ ଦେଶ ! ଦେଖନ୍ତୁ କେଉଁ ଦେଶର ତାଲିକାରେ ରହିଛନ୍ତି କେତେ ସୁନ୍ଦରୀ । 

43

ମହିଳାମାନେ ନିଜ ନିଜର ସୌନ୍ଦର୍ୟ୍ୟକୁ ନେଇ ଯେମିତି ଗର୍ବ ଅନୁଭବ କରନ୍ତି,ଠିକ୍ ସେହିପରି ସେମାନଙ୍କର ସୌନ୍ଦର୍ୟ୍ୟର ଚର୍ଚ୍ଚା ହୋଇଥାଏ। ସୋସିଆଲ୍ ମିଡ଼ିଆରେ ବିଭିନ୍ନ ଦେଶରେ ମହିଳାମାନଙ୍କର ସୌନ୍ଦର୍ୟ୍ୟକୁ ନେଇ ଚର୍ଚ୍ଚା ହୋଇଥାଏ। ଏବେ ଆସନ୍ତୁ ଜାଣିବା କେଉଁ ଦେଶର ମହିଳାମାନେ ସବୁଠାରୁ ସୁନ୍ଦରଟ୍ ।ସ୍ୱିଡ଼େନ୍:- ସ୍ୱିଡ଼େନର ମହିଳାମାନେ ଖୁବ୍ ସୁନ୍ଦରୀ । ଏହି କାରଣରୁ ସ୍ୱିଡ଼େନର ଯୁବତୀମାନେ ତିନି ତିନି ଥର ମିସ୍ ଓ୍ଵାର୍ଲଡ଼୍ ଓ ତିନି ଥର ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଛନ୍ତି। ଖାଲି ସେତିକି ନୁହେଁ ଏହି ଦେଶର ଯୁବତୀମାନେ ୧୪ ଥର ରନର୍ସ ଅପ୍ ମଧ୍ୟ ହୋଇଛନ୍ତି। ଏଥିପାଇଁ ସାରା ବିଶ୍ୱରେ ସ୍ୱିଡ଼େନ୍ ସର୍ବାଧିକ ଚର୍ଚ୍ଚିତ।

ବେନେଜୁଏଲା:- ବେନେଜୁଏଲା ଦେଶର ଯୁବତୀମାନେ ମଧ୍ୟ ବେଶ୍ ସୁନ୍ଦରୀ,ଏହି ଦେଶର ଯୁବତୀମାନେ ବିଭିନ୍ନ ସୌନ୍ଦର୍ୟ୍ୟ ପ୍ରତିଯୋଗିତାରେ ୨୧ ଥର ବିଜୟନୀ ହୋଇଛନ୍ତି। ଏଥିମଧ୍ୟରୁ ୭ଟି ମିସ୍ ୟୁନିଭର୍ସ ,୬ଟି ମିସ୍ ଓ୍ଵାର୍ଲଡ଼ ,୭ଟି ମିସ୍ ଇଣ୍ଟରନ୍ୟାସନାଲ୍ ଓ ୨ଟି ମିସ୍ ଆର୍ଥ ମୁକୁଟ ହାସଲ କରିଛନ୍ତି । ବେନେଜୁଏଲାର ୪୦ ଜଣ ଯୁବତୀ ରନର୍ସ ଅପ୍ ବି ହୋଇଛନ୍ତି।

ଆମେରିକା:- ଆମେରିକାର ଯୁବତୀମାନେ ୮ ଥର ମିସ୍ ୟୁନିଭର୍ସ, ୩ ଥର ମିସ୍ ଓ୍ଵାର୍ଲଡ଼ ,୩ ଥର ମିସ୍ ଇଣ୍ଟରନ୍ୟାସନାଲ୍ ମୁକୁଟ ବିଜୟିନୀ ହୋଇଛନ୍ତି। ୫୫ ଜଣ ଯୁବତୀ ରନର୍ସ ଅପ୍ ମଧ୍ୟ ହୋଇଥିଲେ।ଫିଲିପିନସ :- ଫିଲିପିନସର ଯୁବତୀମାନେ ୧୨ ଥର ସୌନ୍ଦର୍ୟ୍ୟ ପ୍ରତିଯୋଗିତାରେ ବିଜୟିନୀ ହୋଇଛନ୍ତି। ଏଥିମଧ୍ୟରୁ ୩ ଥର ମିସ୍ ୟୁନିଭର୍ସ,ଥରେ ମିସ୍ ଓ୍ଵାର୍ଲଡ଼,୫ ଥର ମିସ୍ ଇଣ୍ଟରନ୍ୟାସନାଲ୍ ,୩ ଥର ମିସ୍ ଆର୍ଥ ମୁକୁଟ ପାଇଛନ୍ତି । ଫିଲିପିନସର ସୁନ୍ଦରୀମାନେ ୨୧ ଥର ଏହି ରନର୍ସ ଅପ୍ ବି ହୋଇଛନ୍ତି।

ଭାରତ:- ଭାରତୀୟ ଯୁବତୀମାନେ ବି କୌଣସି ଗୁଣରେ କମ୍ ନୁହଁନ୍ତି । ଶ୍ୟାମଳ ସୁନ୍ଦରୀ ତାଲିକାରେ ଭାରତର ଯୁବତୀମାନେ ଖୁବ୍ ପରିଚିତ। ଏଠି ଭାରତର ୨ ଜଣ ଯୁବତୀ ମିସ୍ ୟୁନିଭର୍ସ ,୫ ଜଣ ଯୁବତୀ ମିସ୍ ଓ୍ଵାର୍ଲଡ଼ ଓ ଜଣେ ମିସ୍ ଆର୍ଥର ମୁକୁଟ ପିନ୍ଧିଛନ୍ତି । ଏହାଛଡ଼ା ୧୫ ଜଣ ରନର୍ସ ଅପ୍ ମଧ୍ୟ ହୋଇଛନ୍ତି।