ବାଲେଶ୍ୱରରୁ ରାଷ୍ଟ୍ରପତି ଭବନ । ମନ୍ତ୍ରୀ ବନିଲେ ଗରୀବ ସାଂସଦ, ମୋଦିଙ୍କ ଦ୍ୱିତୀୟ ସରକାରରେ ଶପଥ ନେଲେ ପ୍ରତାପ ଷଡ଼ଙ୍ଗୀ ।

2,252

କନକ ବ୍ୟୁରୋ: ଆରମ୍ଭ ହେଲା ମୋଦିଙ୍କ ଦ୍ୱିତୀୟ ଇନିଂସ । ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଦୁଇ ଓଡ଼ିଆ ପୁଅଙ୍କୁ ସ୍ଥାନ ମିଳିଛି । ପ୍ରଥମ କରି ପାର୍ଲାମେଣ୍ଟ ଯାଇଥିବା ବାଲେଶ୍ୱର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇ ବିଧିବଦ୍ଧଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ଆଉ ମୋଦିଙ୍କ ଦ୍ୱିତୀୟ ପାଳିର ସରକାରରେ ପ୍ରତାପଙ୍କୁ ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳିଛି । ତେବେ ଆସନ୍ତୁ ଜାଣିବା ମୋଦିଙ୍କ ମନଜିଣି ପ୍ରଥମ କରି ତାଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ପ୍ରତାପ ଷଡ଼ଙ୍ଗୀଙ୍କ ରାଜନୈତିକ କ୍ୟାରିୟର ବିଷୟରେ କିଛି ତଥ୍ୟ ।

• ପିଲାଦିନୁ ଆରଏସଏସ ବା ସଂଘ ପରିବାର ସହ ଜଡ଼ିତ ରହିଛନ୍ତି ପ୍ରତାପ ଷଡ଼ଙ୍ଗୀ ।

• ୨୦୦୪ ଏବଂ ୨୦୦୯ ବିଧାନସଭା ନିର୍ବାନଚରେ ନୀଳଗିରି ବିଧାନସଭା ଆସନରୁ ଦୁଇ ଥର ବିଧାୟକଭାବେ ନିର୍ବାଚିତ ହୋଇଛନ୍ତି ।

• ୨୦୧୪ରେ ବିଜେପି ପାଇଁ ବାଲେଶ୍ୱର ସଂସଦୀୟ କ୍ଷେତ୍ରରୁ ଲଢ଼ି ପରାଜିତ ହୋଇଥିଲେ ।

• ଯେତେବେଳେ ଓଡ଼ିଶାରେ ଶାସକ ବିଜେଡିର ଦବଦବା ରହିଛି ସେତିକିବେଳେ ୨୦୧୯ ନିର୍ବାଚନରେ ବାଲେଶ୍ୱର ବିଜେଡି ଗଡ଼କୁ  ଭେଦି ସାଂସଦ ସିଟ୍ ହାତେଇଛନ୍ତି ।

• ବର୍ତ୍ତମାନ ଜଣେ କୋଟିପତି ନେତାଙ୍କୁ ଚଳିତ ନିର୍ବାଚନରେ ସଂସଦୀୟ କ୍ଷେତ୍ରରୁ ପରାଜିତ କରି ଗରୀବ ସାଂସଦ ଭାବେ ଜାତୀୟ ଗଣମାଧ୍ୟରେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ପ୍ରତାପ ।

• ଜଣେ ସ୍ୱଚ୍ଛ ନେତା ଓ ସରଳ ଜୀବନଯାପନ କରୁଥିବା ବ୍ୟକ୍ତିତ୍ୱଭାବେ ତାଙ୍କର ପ୍ରତିଷ୍ଠା ସାରା ରାଜ୍ୟରେ ରହିଛି ।

• ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସରଳ ଜୀବନଯାପନ ଏବଂ ସ୍ୱଚ୍ଛ ବ୍ୟକ୍ତିତ୍ୱକୁ ଦେଖି ଜାତୀୟ ଗଣମାଧ୍ୟରେ ବର୍ତ୍ତମାନ ତାଙ୍କୁ ଓଡ଼ିଶାର ମୋଦି ବୋଲି ବିବେଚନା କରାଯାଉଛି ।