ବାଲେଶ୍ୱର ରାଣୀପାଟଣା ବ୍ୟାଙ୍କ କଲୋନୀରେ ଘରୁ ଭିତରୁ ମିଳିଲା ଜଣେ ମହିଳା ଓ ପୁରୁଷଙ୍କ ରକ୍ତାକ୍ତ ମୃତଦେହ ! ପରକୀୟା ସଂପର୍କକୁ ନେଇ ହତ୍ୟାକାଣ୍ଡ

480

କନକ ବ୍ୟୁରୋ : ବାଲେଶ୍ୱରରେ ଡବଲ ମର୍ଡର । ରାଣୀପାଟଣା ବ୍ୟାଙ୍କ କଲୋନୀରେ ଡବଲ ମର୍ଡର ହୋଇଛି । ଜଣେ ମହିଳା ଓ ପୁରୁଷଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଅନୈତିକ ସଂପର୍କକୁ ନେଇ ମହିଳାଙ୍କ ସ୍ୱାମୀ ଏପରି ହତ୍ୟାକାଣ୍ଡ କରିଛନ୍ତି । ହତ୍ୟାକାଣ୍ଡ ପରେ ସ୍ୱାମୀ ଥାନାରେ ଆତ୍ମସମର୍ପଣ କରିଥିବା ବେଳେ ପୁଲିସ ଓ ସାଇଟିଂଫିକ ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନାଯୋଗ୍ୟ ରାଣୀପାଟଣା ବ୍ୟାଙ୍କ କଲୋନିର କୈଳାସ ସାହୁ, ତାଙ୍କ ପତ୍ନୀ ଲକ୍ଷ୍ମୀ ସାହୁ (୩୩ ବର୍ଷ)ରୁହନ୍ତି। ପ୍ରାୟ ୧୨ ବର୍ଷ ହେବ କୌଳାସଙ୍କର ବିବାହ ହୋଇଥିଲା ।ଏକ ସ୍ୱେଚ୍ଛାସେବୀ ସଙ୍ଗଠନରେ କାର୍ଯ୍ୟ କରୁଥିବା ଳକ୍ଷ୍ମୀଙ୍କର ଅନ୍ୟ ଜଣେ ପୁରୁଷଙ୍କ ସହିତ ଅନୈତିକ ସମ୍ପର୍କ ଥିବା କୈଳାସ ସବୁବେଳେ ସନ୍ଦେହ କରୁଥିଲେ ।

ତେବେ ଗତକାଲି ରାତିରେ କୌଳାସଙ୍କ ଅନୁପସ୍ଥିତିରେ ଲକ୍ଷ୍ମୀ ଓ ତାଙ୍କ ଅଜଣା ପୁରୁଷ ବନ୍ଧୁ ( ପ୍ରାୟ ୪୪/୪୫ ବର୍ଷ ବୟସର) ଗୋଟିଏ ଖଟରେ ଶୋଇଥିଲେ। ତେବେ ଘରକୁ ଫେରି ଏହା ଦେଖି ହିତାହିତ ଜ୍ଞାନ ଭୁଲି କୈଳାଶ ଏକ ଧାରୁଆ ଅସ୍ତ୍ରରେ ଉଭୟଙ୍କୁ ହତ୍ୟା କରିବା ପରେ ଯାଇ ଟାଉନ୍ ଥାନାରେ ଆତ୍ମ ସମର୍ପଣ କରିଥିଲେ। ଲକ୍ଷ୍ମୀଙ୍କ ସହିତ ଖଟରେ ମରି ପଡ଼ିଥିବା ଯୁବକଙ୍କ ପରିଚୟ ମିଳି ପାରି ନାହିଁ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।